ପରିବର୍ତ୍ତନ ସଙ୍କେତ

Dillip Cherian

ନୀତିନ ଅଗ୍ରଓ୍ବାଲାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବିଏସ୍‌ଏଫ୍‌ ଏବଂ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ଥର ହେଉଥିବା ୪ ଦିନିଆ ଦ୍ୱିପାକ୍ଷିକ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ନିଯୁକ୍ତି ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ, ବର୍ତ୍ତମାନ ବିଏସ୍‌ଏଫ୍‌ର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ସୁଜୟ ଲାଲ ଥାଓସେନ ଆଲୋଚନାର ନେତୃତ୍ୱ ନେଇଥିଲେ। ଏହି ପଦକ୍ଷେପ ସୀମା ସୁରକ୍ଷା ଉପରେ ଥିବା ଭାରତର ଦୃଷ୍ଟିକୋଣରେ ଏକ ରଣନୀତିକ ପରିବର୍ତ୍ତନକୁ ସ୍ପଷ୍ଟ କରିଛି। ଏହାବ୍ୟତୀତ ଉକ୍ତ ପଦକ୍ଷେପ ପାକିସ୍ତାନ ଓ ବାଂଲାଦେଶ ସୀମାରେ ଭାରତ ସମ୍ମୁଖୀନ ହେଉଥିବା ଜଟିଳ ଆହ୍ବାନଗୁଡ଼ିକର ସମାଧାନ କରିବା ଲାଗି ଏକ ନବୀକୃତ ପ୍ରତିବଦ୍ଧତାକୁ ସାମ୍ନାକୁ ଆଣିଛି। ଅଗ୍ରଓ୍ବାଲାଙ୍କର ବ୍ୟାପକ ଅଭିଜ୍ଞତା, ନୂଆ ଦୃଷ୍ଟିକୋଣ ଓ ସୀମା ପରିଚାଳନା ଏବଂ ଅନୁପ୍ରବେଶ ରୋକିବାରେ ବିଶେଷ ଜ୍ଞାନ ଅଛି। ସେ ମଧ୍ୟ ତାଙ୍କ କ୍ୟାଡର ରାଜ୍ୟର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବା ବ୍ୟତୀତ ଗୃହ ମନ୍ତ୍ରଣାଳୟ କମାଣ୍ଡ ଅଧୀନରେ ଥିବା ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ କାର୍ଯ୍ୟ କରିଛନ୍ତି। ଏବେକାର ଜଟିଳ ଭୂରାଜନୈତିକ ପରିବେଶରେ ଆମ ସୀମା ରକ୍ଷା କରିବାରେ ବିଏସ୍‌ଏଫ୍‌ର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଦରକାର। ଗୋଇନ୍ଦା ସଂସ୍ଥା, ଲୋକାଲ ଲ ଏନ୍‌ଫୋର୍ସମେଣ୍ଟ ଏବଂ ଭାରତୀୟ ସେନାଙ୍କ ସହିତ ନିରବଚ୍ଛିନ ସହଯୋଗ ଉପରେ ଏହା ନିର୍ଭର କରେ। ଭାଗିଦାରି ଗଢିବାରେ ଅଗ୍ରଓ୍ବାଲାଙ୍କ ନେତୃତ୍ୱ ଓ ଦକ୍ଷତା ଏହି ସବୁ ସଂସ୍ଥାର ଶକ୍ତି ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ।
ହିଂସା ପଥରେ ବାବୁ
ରାଜସ୍ଥାନରେ ଆଇଏଏସ୍‌ ଅଧିକାରୀ ଗିରଧର ଏବଂ ଆଇପିଏସ୍‌ ଅଧିକାରୀ ସୁଶୀଲ କୁମାର ବିଷ୍ନୋଇଙ୍କ ନିଲମ୍ବନ ପରେ ବିବାଦ ଆରମ୍ଭ ହୋଇଛି। ଏହି ଘଟଣାରେ ସିଭିଲ ସର୍ଭାଣ୍ଟଙ୍କ ଚୟନ ଓ ପ୍ରଶିକ୍ଷଣ ପଦ୍ଧତି ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଛି। ମଶୁରିସ୍ଥିତ ଏଲ୍‌ବିଏସ୍‌ ଏକାଡେମୀ ସିଭିଲ ସର୍ଭାଣ୍ଟ ପ୍ରଶିକ୍ଷାର୍ଥୀଙ୍କୁ କି ଶିକ୍ଷା ଦେଉଛି ଏବଂ ଏହା ୟୁପିିଏସ୍‌ସି କିମ୍ବା ଟ୍ରେନିଂର ନୀତିରେ ଅଛି କି ନାହିଁ ତାହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ୨୦୧୯ ବ୍ୟାଚ୍‌ର ଏହି ଦୁଇଜଣ ଅଧିକାରୀ ପୋଲିସଙ୍କ ଉପସ୍ଥିତିରେ ଆଜମେରରେ ହୋଟେଲ କର୍ମଚାରୀଙ୍କୁ ହକି ଷ୍ଟିକ୍‌ରେ ପିଟିବା ଘଟଣା ପରେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ନିକଟରେ ଯୋଗ ଦେଇଥିବା ଏହି ଦୁଇ ଅଧିକାରୀ ସେମାନଙ୍କ କ୍ଷମତାର ଦୁରୁପଯୋଗ କରିବା ସହ ହିଂସାର ସାହାରା ନେବାର ଅଧିକାର କିଭଳି ପାଇଲେ ତାହା ହିଁ ବଡ଼ ପ୍ରଶ୍ନ। ସିଭିଲ ସର୍ଭିସରେ ଲଗାତର ନିରୀକ୍ଷଣ ଏବଂ ଉତ୍ତରଦାୟୀ ପ୍ରକ୍ରିୟାର ଆବଶ୍ୟକତାକୁ ଏହି ଅଧ୍ୟାୟ ସାମ୍ନାକୁ ଆଣିଛି। ଏଭଳି ଘଟଣା ଘଟିଲେ ସର୍ବଭାରତୀୟ ସର୍ଭିସର ଖ୍ୟାତିରେ କଳଙ୍କ ଲଗାଇବା ଏବଂ ବାବୁମାନଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସ ହରାଇବା ଲାଗି ବେଶି ସମୟ ଲାଗିବ ନାହିଁ। ଏହି ଦୁଇ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ବିଧିବଦ୍ଧ ଭାବେ ତଦନ୍ତ କରିବା ଦରକାର ଏବଂ କୌଣସି ଦୁର୍ବ୍ୟବହାର ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ନିଶ୍ଚିତ କରାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ। ଏହା ସହ ଏଭଳି ଲଜ୍ଜାଜନକ ଘଟଣା ଯେଭଳି ପୁନରାବୃତ୍ତି ନ ଘଟେ ତାହା ନିଶ୍ଚିତ କରିବା ଦରକାର। ରାଜ୍ୟ ଭିଜିଲାନ୍ସ ବିଭାଗର ତଦନ୍ତ ଠିକ୍‌ ଦିଗରେ ଏକ ପଦକ୍ଷେପ ହେଲେ ବି ଏହା ସେତିକିରେ ସୀମିତ ରହିବା ଉଚିତ ନୁହେଁ।
ତଦନ୍ତ ଭୟ
ଗୋଟିଏ ପରେ ଗୋଟିଏ ରାଜ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବାଟ ବନ୍ଦ କରିବାରେ ଲାଗିଛନ୍ତି। ଏହି ଧାରାରେ ଏବେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ସହ ତାମିଲନାଡୁ ଯୋଗଦେଇଛି ଓ ରାଜ୍ୟରେ ଘଟଣାଗୁଡ଼ିକର ତଦନ୍ତ ପାଇଁ ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛି। ଫଳରେ ସିବିଆଇ ତାମିଲନାଡୁରେ ଏମ୍‌. କେ. ଷ୍ଟାଲିନଙ୍କ ବିନା ଅନୁମତିରେ କୌଣସି କେସ୍‌ ପଞ୍ଜୀକୃତ କରିବପାରିବ ନାହିଁ, ଚଢାଉ କରିପାରିବ ନାହିଁ କି ତାମିଲନାଡୁରେ କାର୍ଯ୍ୟରତ କେନ୍ଦ୍ର ସରକାର କର୍ମଚାରୀଙ୍କ ଉପରେ ତଦନ୍ତ କରିପାରିବ ନାହିଁ। ଏହି ନିଷ୍ପତ୍ତି ଶାସନ ଓ ଉତ୍ତରଦାୟିତ୍ୱ ଉପରେ ନିଆଯାଉଥିବା ପଦକ୍ଷେପର ପ୍ରେରଣା ଓ ନିହିତାର୍ଥକୁ ନେଇ ପ୍ରଶ୍ନ ଉଠାଇଛି। ଯଦିଓ ଡିଏମ୍‌କେ ସରକାରଙ୍କ ନିଷ୍ପତ୍ତି ସିବିଆଇର ତଦନ୍ତ କ୍ଷମତାକୁ ସୀମିତ କରିଛି ତଥାପି ଏହା କେନ୍ଦ୍ରୀୟ ଏଜେନ୍ସିକୁ ଦୂରେଇ ରଖିପାରିବ ନାହିଁ ବୋଲି ପର୍ଯ୍ୟବେକ୍ଷକମାନେ କହନ୍ତି। ଭବିଷ୍ୟତରେ ହେବାକୁ ଥିବା କେସ୍‌ ବା ମାମଲା କ୍ଷେତ୍ରରେ କେବଳ ଏଭଳି ସମ୍ମତି ପ୍ରତ୍ୟାହାର ଲାଗୁ ହେବ। ଯେଉଁ କେସ୍‌ ପଞ୍ଜୀକୃତ ହୋଇଗଲାଣି କିମ୍ବା ଯାହା ଉପରେ ତଦନ୍ତ ଚାଲିଛି, ସେ କ୍ଷେତ୍ରରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ। ସୂତ୍ରରୁ ପ୍ରକାଶ, ସୁପ୍ରିମ୍‌କୋର୍ଟ କିମ୍ବା ହାଇକୋର୍ଟରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଥିଲେ ରାଜ୍ୟର ଅନୁମତି ଦରକାର ପଡ଼ିବ ନାହିଁ। ଅନ୍ୟସବୁ କେସ୍‌ରେ ହିଁ ସମ୍ମତି ପ୍ରତ୍ୟାହାର ଲାଗୁ ହେବ। ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଯଥା ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦେଶରେ ଯେକୌଣସି ସ୍ଥାନରେ କୌଣସି ମାମଲାର ତଦନ୍ତ ଜାରି ରଖିପାରିବେ। ମୋଦି ସରକାର ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଅସୁବିଧାରେ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁ ସରକାର ରାଜନୈତିକ ପ୍ରସଙ୍ଗ କରିପାରନ୍ତି ଓ ଏତିକି ହିଁ କରିପାରନ୍ତି। ତେବେ ସିବିଆଇ ବ୍ୟତୀତ ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ସ୍ବେଚ୍ଛାଚାରୀ କାର୍ଯ୍ୟାନୁଷ୍ଠାନ ଭୟ ଲାଗି ରହିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

ଭୁଲିବାନି ଯଶଓ୍ବନ୍ତଙ୍କୁ

ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି...

ଚାଇନାର ପ୍ରତିରୋଧ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁଯାୟୀ ସାରା ବିଶ୍ୱର ବାଣିଜ୍ୟ ମନ୍ତ୍ରଣାଳୟଗୁଡ଼ିକ ଆମେରିକାକୁ ସେମାନଙ୍କ ମାମଲା ସମ୍ପର୍କରେ ବିଚାର ପାଇଁ ନିବେଦନ କରିବାକୁ ଲାଇନ ଲଗାଉଛନ୍ତି। ଆମେ ସେମାନଙ୍କ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ମୁକ୍ତ ଅଭିବ୍ୟକ୍ତି ପାଇଁ ନ୍ୟାୟପାଳିକା

ଛୋଟମୋଟ ଘଟଣାରେ ନାଗରିକର ବାକ୍‌ ସ୍ବାଧୀନତା ଦଳି ଦିଆଯାଇପାରିବ ନାହିଁ ବୋଲି ନିକଟରେ ଗୁଜରାଟ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗ୍ରହୀଙ୍କ ବିରୋଧରେ ପୋଲିସ ଦାୟର କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image