ବଦଳିବ ଲକ୍ଷ୍ମୀ ବସ୍‌ର ନାଁ? ଜାଣନ୍ତୁ କ’ଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୨୪।୬: ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍‌ । ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଉଛି । ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ୍‌ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍‌ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍‌ ସେବା ଦିଆଯିବ। ତେବେ ନାଁ ପରିବର୍ତ୍ତନ ହୋଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share