ବଦଳୁନି ଜଙ୍ଗଲ ରାସ୍ତାର ରୂପ

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ଠାରୁ ସାରଣ୍ଡା, ବୁଢ଼ିଝରି, ଆଙ୍ଗିସିଙ୍ଗି, କୋଶଳାଙ୍ଗ ଆଦି ଅଞ୍ଚଳକୁ ସାପୁଆ ଜଙ୍ଗଲ ଭିତରେ ରହିଥିବା ରାସ୍ତାର ରୂପ ବଦଳୁନି । କେତେବେଳେ ରାସ୍ତା ନିର୍ମାଣ ହେଉଛି ତ ଆଉ କେତେବେଳେ ମରାମତି ନାଁରେ ସରକାରୀ ଅନୁଦାନ ପ୍ରତିବର୍ଷ ଖର୍ଚ୍ଚ ଚାଲିଛି। ତେବେ କେଉଁ ଯୋଜନାରେ କାମ ହେଉଛି ସ୍ଥାନୀୟ ଆଦିବାସୀ ଜାଣି ପାରୁ ନାହାନ୍ତି। ରାସ୍ତାର କାମ ସମ୍ପର୍କରେ ସୂଚନା ଫଳକ ନ ଥିବାରୁ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ହୋଇ ଆସୁଛି । ଅଭିଯୋଗ କଲେ ଡିପାଟମେଣ୍ଟାଲି କାମ ହେଉଛି, କିଛି ଅସୁବିଧା ନାହିଁ କହି ବନ ବିଭାଗ ଫାଙ୍କି ଚାଲିଛି। ଏଭଳି ସ୍ଥଳେ ବନବିଭାଗ ଡିପାର୍ଟମେଣ୍ଟାଲି କରୁଥିବା ରାସ୍ତା କାମର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି ।
ଏନେଇ ସାରଣ୍ଡାର ଛାଟିଆ ପ୍ରଧାନ କୁହନ୍ତି, ସାପୁଆ ଜଙ୍ଗଲ ଭିତରେ ବନବିଭାଗର କାମ ସନ୍ତୋଷଜନକ ନୁହଁ। ଆଦିବାସୀଙ୍କ ଅଭିଯୋଗ ଚାପି ହୋଇ ରହୁଥିବାରୁ ଧିରେ ଧିରେ ପ୍ରତିବାଦ କମିବାରେ ଲାଗିଛି । ରାସ୍ତା ନିର୍ମାଣ ନାଁରେ ଡ୍ରେନର କିଛି ମାଟି କାଢ଼ି ରାସ୍ତାରେ ଛିଞ୍ଚି ଦେଇ କାମ କରି ବିଲ୍‌ କରାଇ ନେଉଛନ୍ତି । ରାସ୍ତା କାମରେ ଶ୍ରମିକ କାମ କରୁ ନାହାନ୍ତି । ସବୁ କାମ ଯନ୍ତ୍ର କରୁଛି। ଆମେ ଅଭିଯୋଗ କଲେ କହୁଛନ୍ତି ଡିପାର୍ଟମେଣ୍ଟାଲି କାମକୁ ବିରୋଧ କରିବା ଉଚିତ୍‌ ନୁହଁ। ସବୁ ଠିକ୍‌ଠାକ ଚାଲିଛି । ଅଭିଯୋଗ କଲେ କ’ଣ ରାସ୍ତାର ରୂପ ବଦଳିଯିବ, ବରଂ କିଛି କାମ ହେଉଛି ତାକୁ ସ୍ବାଗତ କର କହି ବନବିଭାଗ ବୁଝାଇ ଚାଲିଛି । ସାରଣ୍ଡାର ଦୁର୍ଯ୍ୟୋଧନ ପ୍ରଧାନ କୁହନ୍ତି, ଆଦିବାସୀ ଲୋକ କିଛି ଜାଣୁ ନାହାନ୍ତି । ଜଙ୍ଗଲ ଭିତର ରାସ୍ତାରେ ଅଳ୍ପ କିଛି ମାଟି ପକାଇ ପୁରୁଣା ରାସ୍ତାକୁ ନୂଆ ଦେଖାଇ ବିଲ୍‌ କରାଯାଉଛି। ଅଭିଯୋଗ କଲେ କିଛି ସୁଫଳ ମିଳୁନି। ବଡ଼ଝାରର କାବୁଲା ମହାପାତ୍ର କୁହନ୍ତି, ପ୍ରତିବର୍ଷ ସାପୁଆ ଜଙ୍ଗଲ ଭିତରର ରାସ୍ତା ନିର୍ମାଣ ଚାଲିଛି । କ୍ଷତିପୂରଣ ଚାରା ରୋପଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ(କାମ୍ପା)ରେ ରାସ୍ତା କାମ ଡିପାର୍ଟମେଣ୍ଟାଲି ହେଉଛି ବୋଲି କୁହାଯାଉଛି। ତେବେ ରାସ୍ତା ପାର୍ଶ୍ୱରେ ସୂଚନା ଫଳକ ରହୁ ନାହିଁ। ଅପରପକ୍ଷେ ରାସ୍ତା କାମ ଠିକରେ ହେଉ କି ନ ହେଉ ଲୋକ ସେହି ରାସ୍ତାରେ ଯାତାୟତ କରିଥାନ୍ତି । ରାସ୍ତାର ରୂପ ବଦଳୁ ନ ଥିଲେ ମଧ୍ୟ ସରକାର ଅନୁଦାନ ଯୋଗାଇ ଚାଲିଛନ୍ତି । କାମ କେତେଦୁର ହେଉଛି ସେନେଇ ତଦାରଖ ଅଥବା ସମୀକ୍ଷା ଠିକରେ ହେଉ ନ ଥିବାରୁ ସୁଫଳ ମିଳୁନି। ଡିପାର୍ଟମେଣ୍ଟୋଲ କାମ କହି ଲୋକଙ୍କୁ ଭୁଆଁ ବୁଲା ଚାଲିଛି ।
ଏହି ରାସ୍ତା ଉପରେ ରୂପାପଲ୍ଲୀ, ସମ୍ବରବନ୍ଧା, ନୂଆପଲ୍ଲୀ, ସାରଣ୍ଡା, ବୁଡିଝାରୀ, ଉଦୟପୁର ପଞ୍ଚାୟତର କୋଶଳାଙ୍ଗ, ଆଙ୍ଗିସିଙ୍ଗି, ନଇତଇଲା, ଚକାପଥର ପରି ଆଦିବାସୀ ଗାଁ  ଲୋକ ନିର୍ଭରଶୀଳ । ଜଙ୍ଗଲ ଭିତର କଥା ବାହାର ଦୁନିଆକୁ ଯାଇ ପାରୁନି। ସିଘାଂପଡାର ସୁବଳ ଚରଣ ପ୍ରଧାନ କୁହନ୍ତି, ନୂଆପଲ୍ଲୀଠାରୁ ଆଙ୍ଗିସିଙ୍ଗି ପର୍ଯ୍ୟନ୍ତ କାମ ଚାଲିଛି। କାମ ଠିକରେ ହେଉନି । ଯାହା ତଦନ୍ତସାପେକ୍ଷ । ଖଣ୍ଡପଡ଼ା ରେଞ୍ଜର ଉଦିତ ପ୍ରଧାନ କୁହନ୍ତି, ରାସ୍ତା କାମ ଠିକରେ ହେଉ ନ ଥିବାର ଅଭିଯୋଗ ମିଳି ନାହିଁ । ତେବେ ରାସ୍ତାକାମ ଠିକ୍‌ରେ ଚାଲିଛି। ରାସ୍ତା କାମରେ ଯନ୍ତ୍ର ଲଗାଇବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri