ଚିନ୍ତାଧାରା ବଦଳୁ

ଗୋଆରେ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯୋଗଦେଇଥିଲେ। ଏହି ଯୁବମନ୍ତ୍ରୀ ଜଣେ କ୍ଷମତାଶାଳୀ ପରିବାର ସଦସ୍ୟ ଭାବେ ଭାରତରେ ଜଣାଶୁଣା। ତାଙ୍କ ମା’ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ, ଯିଏ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିଲେ। ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କର ପାକିସ୍ତାନ ସୃଷ୍ଟ ବିପଜ୍ଜନକ ତଥା ସମସ୍ୟାଭିତ୍ତିକ ସ୍ଥିତି ଉପରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅଛି। ଗୋଆରେ ଆୟୋଜିତ ବୈଠକରେ ଆମେ ତାଙ୍କ ପ୍ରତି ଅତ୍ୟନ୍ତ ରୁକ୍ଷ ଶାରୀରିକ ଭାଷା ପ୍ରଦର୍ଶନ କଲୁ। ଆମ ବୈଦେଶିକ ମନ୍ତ୍ରୀ ତାଙ୍କ ସହ କରମର୍ଦ୍ଦନ ନ କରି କେବଳ ନମସ୍କାର କଲେ। ଏହା ଆୟୋଜିତ ବୈଠକରେ ଜଣେ ବ୍ୟକ୍ତିଙ୍କୁ ସତେ ଯେମିିତି ଅବାଞ୍ଛିତ ମନେକରିବା ଭଳି ଥିଲା। ଅନ୍ୟପକ୍ଷରେ ଏହି ଯୁବ ମନ୍ତ୍ରୀ ନିଜର କର୍ତ୍ତବ୍ୟ ଭଲ ଭାବେ ନିଭାଇଥିବା ମେସେଜ ସୋସିଆଲ ମିଡିଆରେ ଚାଲୁଛି, ଯଦିଓ ସେ ଦେଇଥିବା କୌଣସି ସାକ୍ଷାତକାର ମୁଁ ଦେଖିନାହିଁ। ଆମ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ନିଜର ସ୍ବରୂପକୁ ପ୍ରକାଶ କରିଦେଲେ ଯାହା କେବେ ଆମ ନେତାମାନେ କରିିନାହାନ୍ତି। ଏବେ ଆମେ ବିଷୟବସ୍ତୁକୁ ଆସିବା। ଆମେ କେମିତି ଆମ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି କରିବା। ପ୍ରଥମ ପ୍ରଶ୍ନ, ଆମର କୌଣସି ଏଜେନ୍ସି କିମ୍ବା ବ୍ୟବସ୍ଥା ଅଛି କି ନାହିଁ ତା’ଉପରେ ବିଚାର କରିିବା ଉଚିତ। କାରଣ ସେମାନେ ଯାହା କରୁଛନ୍ତି ତାହା ବନ୍ଦ ନ କରିବା ଯାଏ ସାମାନ୍ୟ ସ୍ଥିତି ଫେରିବ ନାହିଁ ବୋଲି ଆମର ଧାରଣା ଅଛି। ସନ୍ତ୍ରାସବାଦ ଯୋଗୁ କଶ୍ମୀରରେ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ନେଇ ମୁଁ ଏକ ପୁସ୍ତକ ଲେଖିଥିଲି। ଦୁଇ ଦଶନ୍ଧି ପୂର୍ବେ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଥିଲା ୪୦୦୦ରୁ ଊର୍ଦ୍ଧ୍ୱ। ପରେ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂଙ୍କ ଶାସନ କାଳରେ ପ୍ରତିବର୍ଷ ଏହା କମିବାରେ ଲାଗିଥିଲା। ଏବେ ଆମ ସରକାରଙ୍କ ଦୃଷ୍ଟିକୋଣରୁ ଜଣାପଡ଼ୁଛି, କଶ୍ମୀରରେ ସମସ୍ତ ହିଂସା ବାହାର ପ୍ରାୟୋଜିତ ଏବଂ ଏଥିରେ କୌଣସି ସ୍ଥାନୀୟ ତତ୍ତ୍ୱ ନାହିଁ। ତେବେ ଆମ ନିକଟରେ ଥିବା ବିକଳ୍ପଗୁଡ଼ିକ ଥିବାବେଳେ ସାମାନ୍ୟ ସ୍ଥିତି ଫେରାଇବାରେ ସଫଳ ହେବା ଲାଗି ବିଚାର କରିବା ଦରକାର। ପୂର୍ବତନ କୂଟନୀତିଜ୍ଞ ସତିନ୍ଦର ଲାମ୍ବା ‘ଶାନ୍ତିର ସନ୍ଧାନରେ: ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ ଭାରତ-ପାକିସ୍ତାନ ସମ୍ପର୍କ’ ନାମକ ପୁସ୍ତକ ନିକଟରେ ପ୍ରକାଶ କରିଥିଲେ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ କଶ୍ମୀରରେ ସାମାନ୍ୟ ସ୍ଥିତି ଫେରାଇବାର ୪ ସୂତ୍ରୀ ଫର୍ମୁଲାକୁ ସେ ସେଥିରେ ସ୍ଥାନିତ କରିଛନ୍ତି। ଏହା ଥିଲା ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ମାଧ୍ୟମରେ ଅଞ୍ଚଳକୁ ସେନାମୁକ୍ତ କରିବା, କଶ୍ମୀର ସୀମାରେ କୌଣସି ପରିବର୍ତ୍ତନ ନ ହେବା, କଟକଣାରେ ନିୟନ୍ତ୍ରଣ ରେଖା ଦେଇ କଶ୍ମୀରମାନଙ୍କ ମୁକ୍ତ ଚଳପ୍ରଚଳ ଏବଂ ଭାରତ, ପାକିସ୍ତାନ ଓ କଶ୍ମୀରକୁ ନେଇ ଜମ୍ମୁ-କଶ୍ମୀରରେ ମିଳିତ ପର୍ଯ୍ୟବେକ୍ଷଣ କରିବା। କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ। ପରେ ମନମୋହନଙ୍କ ସରକାର ସମୟରେ ଭାରତ ପକ୍ଷରୁ ଆଉ କିଛି ଗାଇଡ୍‌ଲାଇନ ଜାରି କରାଗଲା। ଏଥିରେ ମୁଶରଫଙ୍କ ୪ଟି ପଏଣ୍ଟ ସମେତ ଅଧିକ କିଛି ଯୋଡ଼ା ଯାଇଥିଲା। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଦେଇ ବାଣିଜ୍ୟକୁ ଉତ୍ସାହିତ କରିବା, ସବୁ ସ୍ଥାନୀୟ ଉପତ୍ାଦ ଦ୍ରବ୍ୟ ଉପରେ ଥିବା ନନ୍‌ ଟାରିଫ ବାଧା ଦୂର କରିବା, ବାଣିଜ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ସହ ଅଧିକ ପଥ ଖୋଲିବା ଭଳି ବାଣିଜ୍ୟ ସମ୍ପର୍କିତ ବିଷୟଗୁଡ଼ିକ ସାମିଲ କରାଯାଇଥିଲା। ଏହା ମଧ୍ୟ ସଫଳ ହେଲା ନାହିଁ। ଭାରତ ଯେଉଁ ଦ୍ରବ୍ୟ ଉପତ୍ାଦନ କରେ ପାକିସ୍ତାନ ତାହା କରେ ନାହିଁ। କିନ୍ତୁ ବାଣିଜି୍ୟକ ବାଧା ସକାଶେ ଆମେ ତାହାକୁ ବିକ୍ରି କରିପାରୁନାହଁୁ ଏବଂ ସ୍ବାଭାବିକ ବା ସାମାନ୍ୟସ୍ଥିତି ଫେରାଇବା ପ୍ରତି ଅନିଚ୍ଛୁକ ହୋଇଛୁ। ଦୁଇ ଦଶ ମଧ୍ୟରେ କିମ୍ବା ଅତି କମ୍‌ରେ କଶ୍ମୀରରେ ସାମାନ୍ୟ ସ୍ଥିତି ଫେରାଇବା ପ୍ରତି ଆଗଭର ହେବା ଆମ ପାଇଁ ତଥା ଆମ ଅର୍ଥ ବ୍ୟବସ୍ଥା ଲାଗି ଲାଭଦାୟକ ହେବ। କିନ୍ତୁ ପୂର୍ବରୁ ଏଥିପ୍ରତି ଯେଭଳି ସରକାରଙ୍କ ଆଗ୍ରହ ନ ଥିଲା ଏବକାର ସରକାରଙ୍କର ମଧ୍ୟ ସେଭଳି ଇଚ୍ଛା ଥିବା ଜଣାପଡ଼ୁନାହିଁ।
ଆମେ ଗୋଆରେ ପୁନର୍ବାର ଆମ ସ୍ଥିତିର ପୁନରାବୃତ୍ତି କଲୁ ଓ ଏହା ଭବିଷ୍ୟତରେ ଲାଗି ରହିବ। ଲାମ୍ବାଙ୍କ ଅନୁଯାୟୀ ସରକାର ସେତେବେଳେ ଯାହା ବିଚାର କରୁଥିଲେ ତାହା ବେଶି ସମୟ ଆମ ଚିନ୍ତାଧାରାରେ ରହି ନାହିଁ। ତେବେ ସମସ୍ୟାର ସମାଧାନ ଲାଗି ଦ୍ୱିତୀୟ ବାଟ ଅଛି କି ନାହିଁ ତାହା ଦେଖିବାକୁ ହେବ। ପାକିସ୍ତାନକୁ ବାଦ୍‌ ଦେଇ ବିଶେଷକରି କଶ୍ମୀରରେ ସମସ୍ୟା ସମାଧାନ ହୋଇପାରିବ କି ନାହିଁ ସେ ସମ୍ପର୍କରେ ବିଚାର କରିବାକୁ ପଡ଼ିବ। ସେଠାରେ ପହଞ୍ଚିବାକୁ ହେଲେ ଆମକୁ ଗ୍ରହଣ କରିବାକୁ ହେବ କିମ୍ବା ଅତି କମ୍‌ରେ ଏକ ସିଦ୍ଧାନ୍ତ ଉପରେ ବିଚାର କରିବାକୁ ପଡ଼ିବ ଯେ, ଯଦି ଆମେ ଆମ ଆଭ୍ୟନ୍ତରୀଣ ସମସ୍ୟା ସମାଧାନ କରିଦେବା ତେବେ ବାହାରର କ୍ଷତିକାରକ ପ୍ରଭାବ ସୀମିତ ହୋଇଯିବ। କିନ୍ତୁ ଏହା ଆମ ବିଚାରଧାରାରେ ନ ଥିବା ଜଣାପଡ଼ୁଛି। ଆମେ ଧରିନେଇଛୁ, ଯଦି ପାକିସ୍ତାନ ଆମ ବିରୋଧରେ ତା’ କାର୍ଯ୍ୟ ବନ୍ଦ କରିଦେବ କିମ୍ବା ପୃଥିବୀରୁ ଆଜି କୌଣସି ପ୍ରକାରେ ଅନ୍ତର୍ଦ୍ଧାନ ହୋଇଯିବ ତେବେ ଆସନ୍ତା କାଲିଠାରୁ କଶ୍ମୀରରେ ବ୍ୟାପକ ସେନା ଏବଂ ଅର୍ଦ୍ଧସାମରିକ ବଳ ମୁତୟନର ଆବଶ୍ୟକ ପଡ଼ିବ ନାହିଁ। ଏଭଳି ଭାବିବା ମୂର୍ଖାମୀର ପରିଚୟ। ଯାହା ହେଉ ଏହା ହିଁ ଏବକାର ସରକାରଙ୍କ ସ୍ଥିତି ଓ ଚିନ୍ତାଧାରା। ଯେ ପର୍ଯ୍ୟନ୍ତ ସରକାର ଏହିଭଳି ଚିନ୍ତାଧାରାରେ ରହିବେ, ସେଯାଏ ଆମ ପଡ଼ୋଶୀ ସହ ସମ୍ପର୍କରେ ଅଗ୍ରଗତି ହେବ ନାହିଁ। ଆମକୁ କୁହାଯାଇଛି, ସେମାନଙ୍କ(ପାକିସ୍ତାନ) ପାଖରେ ସମାଧାନର ଚାବିକାଠି ଅଛି ଏବଂ ସେମାନେ ଏହାକୁ ବ୍ୟବହାର କରିବାକୁ ମନା କରି ଦେଉଛନ୍ତି। ସେମାନେ ମନା କରୁଥିବାରୁ ଆମେ ସେମାନଙ୍କ ସହ ଆଲୋଚନା କରିବୁ ନାହିଁ ବୋଲି କୁହାଯାଉଛି। ଆମ ଏଜେନ୍ସିକୁ ଆମେ ଦୂରେଇ ଦେଇଥିବାରୁ ଆମର ମୂଳ ବିଷୟ ଉପରେ ଧ୍ୟାନ ରହୁନାହିଁ। କିନ୍ତୁ କିଭଳି ଆମେ କରମର୍ଦ୍ଦନ କଲୁ ନାହିଁ ଏବଂ କିଭଳି କ୍ରୋଧିତ ହେଲୁ ତାହା ପ୍ରଚାର କରୁଛୁ। ଏହା ହିଁ ଏବକାର ଭାରତର ବୈଦେଶିକ ନୀତିର ସ୍ଥିତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri