ବଦଳିଲା ଯୁକ୍ତ ୩ ନାମଲେଖା ତାରିଖ

ଭୁବନେଶ୍ୱର,୩।୯: ବଦଳିଲା ଯୁକ୍ତ ୩ ନାମଲେଖା ପ୍ରଥମ ଚୟନ ପ୍ରକ୍ରିୟା। ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ଶୁକ୍ରବାର ସ୍ପଷ୍ଟ ସୂଚନା ଦିଆଯାଇଛି।
ପୂର୍ବରୁ ସେପ୍ଟେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଚୟନ ନାମଲେଖା ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ୧୧ ତାରିଖରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଥିବାରୁ ନାମଲେଖାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା।

Share