ନୂଆଦିଲ୍ଲୀ,୧୨।୭ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଯାତ୍ରା ସଂକ୍ରାନ୍ତ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ମୁତାବକ ବିମାନ ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ଯାତ୍ରା ଲାଗି ବିମାନ କମ୍ପାନୀଗୁଡିକ ସୁଯୋଗ ଦେବେ। ଏ ନେଇ କମ୍ପାନୀଗୁଡିକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତ ସେଲ୍ଫ ଡିକ୍ଲାରେଶନ ଫର୍ମ ବା ସ୍ବଘୋଷଣା ଫର୍ମରେ ଅପଡେଟ କରାଯାଇଛି। ପୂର୍ବରୁ ୨ ମାସ ଆଗରୁ କୋଭିଡ ପଜିଟିଭ ନ ଥିବା ଲୋକଙ୍କୁ ବିମାନ ସେବା ନେଇ ସୁଯୋଗ ଦିଆଯାଉଥିଲା। ବର୍ତ୍ତମାନ ଦେଶ ମଧ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ବିମାନ ଯାତ୍ରା ବେଳେ ଲୋକମାନେ ଯେଭଳି ସୁରକ୍ଷିତ ରୁହନ୍ତି ତାକୁ ଧ୍ୟାନରେ ରଖି ମନ୍ତ୍ରଣାଳୟ ନିୟମରେ ପରିବର୍ତ୍ତନ କରିଥିବା ଜଣାପଡିଛି।