ବଦଳିଲେ ଅଧିକାରୀ : ସୂଚନା ବୋର୍ଡରୁ ବଦଳିନି ନାମ

ରଘୁନାଥପୁର,୨୧।୪(ଡି.ଏନ.ଏ): ରଘୁନାଥପୁର ବିଡିଓଙ୍କ ଲମ୍ବୋଦର ଖୁଣ୍ଟିଆଙ୍କ ବଦଳି ୨ ମାସ ପୂର୍ବେ ହୋଇଯାଇଛି। ଏହାସତ୍ତ୍ୱେ କାର୍ଯ୍ୟାଳୟରେ ଥିବା ସୂଚନା ବୋର୍ଡରୁ ଏପର୍ଯ୍ୟନ୍ତ ତାଙ୍କ ନାମ ବଦଳାଯାଇନାହିଁ। ସୂଚନା ବୋର୍ଡରେ ଆର୍‌ଟିଆଇ ଅଧିକାରୀ ଭାବେ ଏବେବି ତାଙ୍କ ନାମ ରହିଛି। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଭ୍ରମରେ ପଡ଼ୁଛନ୍ତି। ବ୍ଲକକୁ ଆସୁଥିବା ସାଧାରଣ ଜନତା ଅଧିକାଂଶ ସମୟରେ ସୂଚନା ନୋଟିସ ବୋର୍ଡରୁ ହିଁ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ ହୋଇଥାନ୍ତି। ମାତ୍ର ଏଥିରେ ବିଡିଓ ନାମ ଭୁଲ୍‌ ଦର୍ଶାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।