ବଦଳିଲେ ‘ସମ୍ବାଦ’ ସମ୍ପାଦକ

ଭୁବନେଶ୍ୱର,୩।୧୦(ଅନିଲ ଦାସ): ଦୈନିକ ଖବରକାଗଜ ‘ସମ୍ବାଦ’ର ଦୀର୍ଘ ବର୍ଷଧରି ସମ୍ପାଦକ ରହିଆସିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପଦବୀରୁ ରବିବାର ଅବ୍ୟାହତି ନେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ସେହି ସ୍ଥାନରେ ତାଙ୍କ ଝିଅ ତନୟା ପଟ୍ଟନାୟକ ସମ୍ପାଦକ ଦାୟିତ୍ୱ ନେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ କର୍ମଚାରୀଙ୍କ ନାମରେ ଋଣ ଦୁର୍ନୀତି ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସୌମ୍ୟରଞ୍ଜନଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଥିଲା। ଏପରି କି ଇଓଡବ୍ଲ୍ୟୁ ଇଷ୍ଟର୍ନ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିବା ସହ ବହୁ କାଗଜାତ ଜବତ କରିଥିଲା।

Share