ନାଁ ବଦଳାଇ ଆଉ ଥରେ ଘୋଷଣା କରୁଛନ୍ତି ସରକାର: ସ୍ମୃତି

ଭୁବନେଶ୍ବର, ୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାରେ ପୁଷ୍ଟି ଓ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’କୁ କ୍ୟାବିନେଟ୍‌ରେ ଅନୁମୋଦନ ଦେଇଛନ୍ତି। ଏହା ଘୋଷଣା ସର୍ବସ୍ବ ରାଜ୍ୟ ସରକାରଙ୍କ ଆଉ ଏକ ପ୍ରହସନ। ରାଜ୍ୟ ସରକାର କେବଳ ଏହାର ନଁା ବଦଳେଇ ଆଉ ଥରେ ଘୋଷଣା କରୁଛନ୍ତି। ତେବେ ପର ତିଅଣରେ ଅତିଥି ସକତ୍ାର କରନ୍ତୁ ପଛେ ଯୋଜନାର ସଫଳ ରୂପାୟନ କରନ୍ତୁ। ଏହା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଏକ ଅଂଶ। କେନ୍ଦ୍ର ସରକାର ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌), ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା କରିଛନ୍ତି ବୋଲି ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ମା’ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଥରେ ନୁହେଁ ବାରମ୍ବାର ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏବେ ଚେତା ପଶିଲା।

Share