ରିଲିଜ୍‌ ତାରିଖ ବଦଳାଇଲେ ନିର୍ମାତା

ମୁମ୍ବାଇ: ବଲିିଉଡ୍‌ ଅଭିନେତା ଅମିର ଖାନ ଏବଂ କରିନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ଫରେଷ୍ଟ ଗୁମ୍ପର ହିନ୍ଦୀ ରିମେକ ହୋଇଥିବା ଏହି ଫିଲ୍ମଟି ୧୪ ଏପ୍ରିଲରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ତେବେ ନିର୍ମାତା ଫିଲ୍ମର ରିଲିଜ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଏବଂ ଏହାର ଏକ ନୂତନ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି।
ସେମାନଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବିବୃତ୍ତି ଜାରି କରାଯାଇଛି। ସେହି ବିବୃତ୍ତିରେ ଲେଖାଅଛି, ଏପ୍ରିଲ ୧୪ରେ ଏହି ଫିଲ୍ମଟି ରିଲିଜ୍‌
ହେବ ନାହିଁ। ଆମେ ଠିକ୍‌ ସମୟରେ ଫିଲ୍ମକୁ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ହୋଇଛୁ। ତେବେ ଫିଲ୍ମଟି ୧୧ ଅଗଷ୍ଟରେ ପ୍ରେକ୍ଷାଳୟରେ ଆସିବାକୁ ଯାଉଛି।

 

 

Share