କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡିି) ଖୋଲା ରହିବ । ମାତ୍ର ଅପରାହ୍ନ ୧ ଟାରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବା ତେବେ ପଞ୍ଜୀକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ୧ଟା ୩୦ରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ ା ଏହି ସୁବିଧା ସପ୍ତାହର ସବୁଦିନ ଉପଲବ୍ଧ ହେବ ବୋଲି କ୍ୟାପିଟାଲ୍‌ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ା ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନୂତନ ଓପିଡି ସମୟ ଅନୁଯାୟୀ ଖୋଲାରହିବ ା ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲାରହିବ ଏବଂ ଅନ୍ୟାନ୍ୟ ରୋଗୀ ସେବା ପୂର୍ବଭଳି ଚାଲୁରହିବ ବୋଲି ଡା. ସାହୁ କହିଛନ୍ତି।

Share