ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ରୁ ଆରମ୍ଭ ହେବ। ଜୁନ୍‌ ୭ରେ ଦଶମ ପରୀକ୍ଷା ଓ ଜୁନ୍‌ ୧୪ରେ ଦ୍ୱାଦଶ ପରୀକ୍ଷା ସରିବ। କିନ୍ତୁ କେତେକ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଦଶମ ଶ୍ରେଣୀର ବିଜ୍ଞାନ ପରୀକ୍ଷା ମେ’୧୫ ପରିବର୍ତ୍ତେ ମେ ୨୧ ତାରିଖରେ ହେବ। ସେହିପରି ଗଣିତ ପରୀକ୍ଷା ମେ’ ୨୧ରୁ ଜୁନ୍‌ ୨କୁ ଘୁଞ୍ଚାଯାଇଥିବାବେଳେ ଦ୍ୱାଦଶ ଶ୍ରେଣୀର ଫିଜିକ୍ସ ପରୀକ୍ଷା ମେ’ ୧୩ ପରିବର୍ତ୍ତେ ଜୁନ୍‌ ୮ରେ ହେବ। ନୂଆ ସୂଚୀ ଅନୁସାରେ ମେ’ ୧୩ରୁ ୧୬ ମଧ୍ୟରେ କୌଣସି ପରୀକ୍ଷା ନାହିଁ। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ www.cbse.nic.inକୁ ଯାଇ ଅଧିକ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି।

Share