ସିମୋନ ଜାଡେକ୍
ସାମ୍ପ୍ରତିକ ସମୟରେ ଗ୍ଲୋବାଲ ଫୁଡ୍ ସିଷ୍ଟମ ବା ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ପରିବେଶ ପ୍ରତିକୂଳ ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୮ ଟ୍ରିଲିୟନ ଡଲାର ରହିଥିବାବେଳେ ଏହାର ନକାରାମତ୍କ ପ୍ରଭାବରୁ ଘଟୁଥିତ୍ବା କ୍ଷତିର ପରିମାଣ ପାଖାପାଖି ୧୨ ଟ୍ରିଲିୟନ ଡଲାର ରହିଛି। ଏହା ଖାଦ୍ୟ ବ୍ୟବସ୍ଥାର ଏକ ମାତ୍ର ବିରୋଧାଭାସକୁ ସୂଚିତ କରୁନାହିଁ ବରଂ ପୃଥିବୀର ସବୁଆଡେ ଖାଦ୍ୟ ବ୍ୟବସ୍ଥା ଜଳବାୟୁ ପରିବର୍ତ୍ତନ (ବିଧ୍ୱଂସକ ପାଗ ଏବଂ ହାରାହାରି ତାପମାତ୍ରା ବୃଦ୍ଧି) ଏବଂ ଏଥିପାଇଁ ଦାୟୀ ତତ୍ତ୍ୱ ( ସବୁଜ ବାଷ୍ପ ନିର୍ଗମନ ଏବଂ ଜୈବବିଧତା ଧ୍ୱଂସ ) ପ୍ରଭାବିତ ହେଉଛି। ବହୁ ସମୟରେ ଏହି ବ୍ୟବସ୍ଥାରେ ନମ୍ନମାନର ଲକ୍ଷ ଲକ୍ଷ ଚାକିରିରେ କମ୍ ଦରମା ଦିଆଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଖାଦ୍ୟ ବ୍ୟବସ୍ଥାଗୁଡ଼ିକ ଶସ୍ତା ଓ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବାର ମୁଖ୍ୟ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି। କାରଣ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ମୁଖ୍ୟତଃ ସଫଳ ହୋଇପାରିନାହିଁ, ତା’ ଉଚିତ ଲକ୍ଷ୍ୟରେ ବି କାମ କରିପାରୁନାହିଁ। ଏଥିପାଇଁ ପରିବର୍ତ୍ତନ ଅପରିହାର୍ଯ୍ୟ ଓ ଏକ ସମ୍ମିଳିତ, ନିରନ୍ତର ତଥା ପରିବେଶ ଅନୁକୂଳ କ୍ଷେତ୍ର ସୃଷ୍ଟି କରିବା ପାଇଁ ଆମୂଳଚୂଳ ସୁଧାର ଲୋଡ଼ା। ସ୍ବଳ୍ପ ମିଆଦୀ କ୍ଷତିକାରକ ପରିଣାମ ଥିତ୍ବା ଏଭଳି କ୍ଷେତ୍ର ବିଶ୍ୱର ଲୋକମାନଙ୍କ ପାଇଁ ପୌଷ୍ଟିକ ଭୋଜନ ଉପତ୍ାଦନ କରୁଥିତ୍ବା ଆବଶ୍ୟକ। ଏହାବଦଳରେ ଯଦି ଆମେ ଭୁଲ୍ ଦୃଷ୍ଟିକୋଣ ଆପଣାଇବା ତେବେ ତାହା ବ୍ୟବସାୟରେ ଦେବାଳିଆ ପରିସ୍ଥିତି ସୃଷ୍ଟି କରିବ। ଏହା ଗ୍ରାମ୍ୟ ବେରୋଜଗାରକୁ ଆହୁରି କ୍ଷତି ପହଞ୍ଚାଇବ, ଦ୍ରବ୍ୟର ମୂଲ୍ୟ ବଢାଇବା ସହ ଦାରିଦ୍ର୍ୟ ବୃଦ୍ଧି କରିବ।
ଆମ ସମସ୍ତଙ୍କୁ ଶସ୍ତାରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇବା ଭଳି ଏକ ନିରନ୍ତର ତଥା ପରିବେଶ ଉପଯୋଗୀ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥାରେ ତ୍ୱରିତ, ନିଷ୍ପକ୍ଷ ଏବଂ ସୁରକ୍ଷିତ ପରିବର୍ତ୍ତନ ଆଣିବା ଦରକାର। ଏହା ଏବେ ଏକ ବିତର୍କର ପ୍ରସଙ୍ଗ ହୋଇଛି। ଚଳିତ ମାସରେ ଜାତିସଂଘ ସାଧାରଣ ସଭାରେ ହେବାକୁ ଥିବା ଜାତିସଂଘ ଖାଦ୍ୟ ବ୍ୟବସ୍ଥା ସମ୍ମିଳନୀ ପୂର୍ବରୁ ହୋଇଥିତ୍ତ୍ବା ଜୋର୍ଦାର ଆଲୋଚନା ପରିବର୍ତ୍ତନ ଆଣିବା ପ୍ରୟାସକୁ ପ୍ରକାଶ ପାଇଛି। ଉପତ୍ାଦନ ଦୃଷ୍ଟିକୋଣରୁ ଏହା ଜେନେରେଟିଭ ଫାର୍ମିଂ (ପ୍ରାକୃତିକ ଓ ପାରମ୍ପରିକ ପଦ୍ଧତିରେ ମାଟିର ଉର୍ବରତା ବୃଦ୍ଧ ଦ୍ୱାରା କରାଯାଉଥିବା କୃଷି) ସପକ୍ଷରେ ଯୁକ୍ତି ଉପସ୍ଥାପନ କରେ । କିନ୍ତୁ ଏହା ନୂତନ ପିଢ଼ିର ସଏଲ୍ଲେସ ଫାର୍ମିଂ (ବିନା ମାଟିରେ କୃଷି) ଉପତ୍ାଦନ ଯଥା ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଉଥିତ୍ବା ବିକଳ୍ପ ପ୍ରୋଟିନ ଏବଂ ଭର୍ଟିକାଲ ଫାର୍ମିଂକୁ ଜୋର୍ଦାର ବିରୋଧ କରେ। କିନ୍ତୁ ଜେନେରେଟିଭ୍ ଫାମର୍ିଂ ପଦ୍ଧତିରେ ଶୀଘ୍ର ଉପତ୍ାଦନ ବୃଦ୍ଧି କରିବା କଷ୍ଟକର। ବିନା ମାଟିରେ କରାଯାଉଥିତ୍ବା ଚାଷରେ କମ୍ କାର୍ବନ ନିର୍ଗମନ ଓ ଜଳ ଉପଯୋଗ ହୋଇପାରିବ। ଜୈବ ବିବିଧତା ଉପରେ ସର୍ବନିମ୍ନ ପ୍ରଭାବ ଏବଂ ଶୀଘ୍ର ଅଧିକ ଶସ୍ତା, ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇ ଦେବାର କ୍ଷମତା ଏହାର ରହିଛି। ସେଥିପାଇଁ ପରିବେଶ ଉପଯୋଗୀ ଖାଦ୍ୟ ବ୍ୟବସ୍ଥାରେ ରହିଥିବା ସମସ୍ୟାର ସମାଧାନରେ ଏହି କୃଷିର ଏକ ପ୍ରମୁଖ ଭୂମିକା ଦରକାର। ପରିବର୍ତ୍ତନ ଆଣିବାକୁ ହେଲେ ଅର୍ଥର ଭୂମିକା ମଧ୍ୟ ରହିଛି। କିନ୍ତୁ ଏହା କିଛି କମ୍ ସମସ୍ୟାରେ ବା ବିବାଦରେ ନାହିଁ। ବିଶ୍ୱ ଖାଦ୍ୟ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଘରୋଇ ବ୍ୟବସାୟୀ ବା କମ୍ପାନୀଙ୍କ ଅବାଞ୍ଛିତ କର୍ତ୍ତୃତ୍ୱ ରହିଛି। ଏହା ସମ୍ପୂର୍ଣ୍ଣ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରୁଛି ଓ ଏହା ସମ୍ପର୍କରେ ଅଭିଯୋଗ ଉଠିବା ମଧ୍ୟ ଯୁକ୍ତିଯୁକ୍ତ। ଫୁଡ୍ ସିଷ୍ଟମ୍ର ବିତ୍ତୀୟକରଣ ଅଭିଯାନ ମଧ୍ୟ ବଢୁଛି। ସିଷ୍ଟମରେ ରହିଥିତ୍ବା ବିପଦକୁ ବିଚାରକୁ ନେଇ କିପରି ଅଧିକ ଲାଭ ପାଇହେବ ସେଥିତ୍ତ୍ପାଇଁ ସବୁଆଡ଼େ ବିଶ୍ୱ ଖାଦ୍ୟ ବ୍ୟବସ୍ଥାରେ ବିତ୍ତୀୟକରଣ ବୃଦ୍ଧି ପାଉଛି। ଉଦାହରଣ ସ୍ବରୂପ,ମାତ୍ର ୧୦ଟି କମ୍ପାନୀ ବିଶ୍ୱର ସିଡ୍ ମାର୍କେଟକୁ ନିୟନ୍ତ୍ରଣ କରନ୍ତି ଏବଂ ୪ଟି କୃଷିଭିତ୍ତିକ ଫାର୍ମ ବିଶ୍ୱ ଶସ୍ୟ କାରବାରର ୯୦ ପ୍ରତିଶତ କରିଥାଆନ୍ତି। କେବଳ ୧% କୃଷି ଫାର୍ମ ୬୫ % ଜମିର ମାଲିକ ହୋଇବସିଛନ୍ତି। ବିତ୍ତୀୟକରଣ ମୁଖ୍ୟତଃ ବ୍ୟବସାୟିକ ଢାଞ୍ଚାକୁ ସମର୍ଥନ କରେ। ଏହା ସ୍ବାସ୍ଥ୍ୟପ୍ରଦ ଓ ଶସ୍ତା ଖାଦ୍ୟ ଯୋଗାଣ କମ୍ କରିଥାଏ। ଅନ୍ୟପକ୍ଷରେ ଏହା ଅଧିକ ପରିମାଣର ସଲ୍ଟ, ସୁଗାର, ଫ୍ୟାଟ ଏବଂ କାର୍ବୋହାଇଡ୍ରେଟ୍ସ୍ ଥିବା ଖାଦ୍ୟ ଯୋଗାଣ ବୃଦ୍ଧି କରେ। ଏହା ଆର୍ଥିକ ଲାଭର ଅସମାନ ବିତରଣକୁ ବଢ଼ାଇବା ସହ କ୍ଷୁଦ୍ର ଚାଷୀମାନଙ୍କ ଆୟ କମାଇଦିଏ। ମୋଟ୍ ଉପରେ ବିତ୍ତୀୟକରଣ କର୍ପୋରେଟ ଲବିଗୁଡ଼ିକୁ ତୀବ୍ର କରେ। ଏହା ସାଧାରଣ ସ୍ବାସ୍ଥ୍ୟକୁ ଅଣଦେଖା କରି କ୍ଷତି କରନ୍ତି। କୃଷି ସବ୍ସିଡ଼ିକୁ ବିପରୀତ କରିବା କାର୍ଯ୍ୟ ଜାରି ରଖନ୍ତି । ଏହି ଲବିଗୁଡ଼ିକ ଜଳବାୟୁ ଓ ପ୍ରକୃତିକୁ କ୍ଷତିକରିବ ନାହିଁ ବୋଲି ନିଶ୍ଚିତ କରି ନ ଥାନ୍ତି।
ଏପରି ସ୍ଥିତିରେ ଗ୍ଲୋବାଲ ଫୁଡ୍ ସିଷ୍ଟମର ପରିବର୍ତ୍ତନ ଲାଗି ଘରୋଇ ପୁଞ୍ଜିର ଆବଶ୍ୟକତା ଜରୁରୀ। ଆମେ ପେନ୍ସନ୍ ଫଣ୍ଡ୍ , ବ୍ୟାଙ୍କ୍ ଏବଂ ଘରୋଇ ଅଂଶୀଦାରଙ୍କ ଦ୍ୱାରା ସାମଗ୍ରିକ ଭାବେ ପରିଚାଳନା କରୁଥିବା ବିପୁଳ ଆର୍ଥିକ ସଂସାଧନଗୁଡ଼ିକୁ ନିୟନ୍ତ୍ରଣ କରିବା ଦରକାର। ବିତ୍ତୀୟକରଣର ବିପଦକୁ ହ୍ରାସ କରିବାକୁ ହେଲେ ଆମକୁ ଏଭଳି ପଦକ୍ଷେପ ନେବାକୁ ହେବ। ନିକଟରେ ମେକିଂ ଫାଇନାନ୍ସ ଓ୍ବର୍କ ଫର୍ ଫୁଡ୍ ରିପୋର୍ଟରେ ଏକ ସ୍ଥାୟୀ ତଥା ଅନୁକୂଳ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଆର୍ଥିକ୍ ସଂସାଧନ ଯୋଗାଣରେ ପରିବର୍ତ୍ତନ, ଜୈବ ବିବିଧତା ପାଇଁ ଆର୍ଥିକ ଅଭିଯାନରେ ଆବଶ୍ୟକ ହେଉଥିତ୍ବା ଗ୍ଲୋବାଲ ଫାଇନାନ୍ସ ବା ବିଶ୍ୱ ଆର୍ଥିକ ସହାୟତାର ଭୂମିିକା ସମ୍ପର୍କିତ ଚିତ୍ରକୁ ସାମ୍ନାକୁ ଆଣିଛି। ଫୁଡ୍ ସିଷ୍ଟମ୍ ଇକୋନୋମିକ୍ସ କମିଶନ ସହଭାଗିତାରେ ପ୍ରସ୍ତୁତ କରାଯାଇଥିତ୍ବା ଏହି ରିପୋର୍ଟରେ ଭବିିଷ୍ୟତର ଖାଦ୍ୟ ବ୍ୟବସ୍ଥାକୁ ଗଢ଼ିବା ଲାଗି ୪ଟି ଉପାୟରେ ଫାଇନାନ୍ସିଆଲ ଟୁଲ୍ ବା ବିତ୍ତୀୟ ସାଧନକୁ କିଭଳି ଉପଯୋଗ କରିହେବ, ସେ ସମ୍ପର୍କରେ ବର୍ଣ୍ଣନା କରିଛି। ପ୍ରଥମତଃ,ଆର୍ଥିକ ନୀତି ଓ ନିୟମଗୁଡ଼ିକୁ ଅଂଶୀଦାର ଏବଂ ସାର୍ବଜନିକ ସକ୍ରିୟତା ଦ୍ୱାରା ମଜଭୁତ କରାଯିବା ଜରୁରୀ। ଏହା ଜଳବାୟୁ ଏବଂ ପ୍ରକୃତିର ହେଉଥିତ୍ବା କ୍ଷତିକୁ ବିଚାରକୁ ନେବା ପାଇଁ ନିବେଶକମାନଙ୍କୁ ପ୍ରେରିତ କରିବ। ସେମାନେ ଅର୍ଥ ଯୋଗାଣର ନିଷ୍ପତ୍ତିରେ ଏହାକୁ ଅଧିକ ଗୁରୁତ୍ୱ ଦେବେ। ଏଭଳି ପରିବର୍ତ୍ତନ ପରିବେଶ ଅନୁକୂଳ ନିବେଶ ବଢ଼ାଇବ ଏବଂ ପୋଷକ ଖାଦ୍ୟ ଉପତ୍ାଦନ ଆଡକୁ ମୁହଁାଇବ।
ଦ୍ୱିତୀୟରେ, ଜଳବାୟୁ ଓ ପରିବେଶ ଉପଯୋଗୀ କୃଷି ଦ୍ୱାରା ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଉପତ୍ାଦନରେ ନିବେଶ ବୃଦ୍ଧି କରିବା ପାଇଁ ସରକାରୀ ଓ ଘରୋଇ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଏଥିରେ ଥିବା ସମସ୍ୟାର ସମାଧାନ କରିବା ସହ ଅଭିନବ ଆର୍ଥିକ ପ୍ରକ୍ରିୟା ଆପଣାଇବା ଆବଶ୍ୟକ। ଏହାଦ୍ୱାରା ପରିବେଶଗତ କ୍ଷତି ହ୍ରାସ ପାଇବ। ଏଭଳି ଅଭିନବ ପ୍ରକ୍ରିୟାରେ ଅକ୍ଷୟ ଶକ୍ତି ନିବେଶ କ୍ଷେତ୍ରରେ ପ୍ରଭାବୀ ଓ ଉଚ୍ଚମାନର ଉପକରଣ ଉପଯୋଗ କରାଯାଇପାରିବ। ତୃତୀୟତଃ, ବିଶ୍ୱ ଖାଦ୍ୟ ବ୍ୟବସ୍ଥାର ପରିବର୍ତ୍ତନ ଧାରାରେ ଯେଉଁମାନଙ୍କ ଜୀବିକା ବିପନ୍ନ ହେବ ସେମାନେ ତାହା କିଭଳି ଫେରି ପାଇବେ ଓ ତାହା କିପରି ସୁରକ୍ଷିତ ରହିବ ସେଥିପାଇଁ ନୀତି ଏବଂ ସରକାରୀ ଆର୍ଥିକ ସହାୟତା ଆବଶ୍ୟକ। ଏଥିପାଇଁ ବୈଷୟିକ, କୌଶଳ ବିକାଶ ଏବଂ ପୁଞ୍ଜି ଯୋଗାଇ ଦେବା ଲକ୍ଷ୍ୟ ହେବା ଉଚିତ। ଏହାଦ୍ୱାରା ସେମାନେ ଖାଦ୍ୟ ଉପତ୍ାଦନ ପାଇଁ ରିଜେନେରେଟିଭ୍ ଏବଂ ସଏଲ୍ ଲେସ୍ ପଦ୍ଧତିରେ କୃଷି କରିବା ସହ ବ୍ୟବସାୟିକ ସଞ୍ଚାଳନ ସକ୍ଷମ କରିବାକୁ ସକ୍ଷମ ହେବେ। ଶେଷରେ ନାଗରିକ ସଶକ୍ତୀକରଣ ପାଇଁ ବିଶେଷକରି ଡିଜିଟାଇଜେଶନର କ୍ଷମତା ଉପଯୋଗ କରି ସୁଯୋଗ ସୃଷ୍ଟି କରିବାକୁ ହେବ। ଉପଭୋକ୍ତା ଭାବେ ସେମାନେ ଉଚ୍ଚମାନର ପରିବେଶ ଅନୁକୂଳ ଖାଦ୍ୟ ଗ୍ରହଣ କରି ଏକ ପ୍ରକାର ପ୍ରଭାବ ସୃଷ୍ଟି କରିପାରିବେ। ନିବେଶକ ଭାବେ ପେନ୍ସନ ପଲିସି ଧାରକ ଏବଂ କରଦାତାମାନେ ସେମାନଙ୍କ ଅର୍ଥ ଉଚିତ ବାଟରେ ଲାଗିଛି ବୋଲି କହିପାରିବେ।
ଏକ ସମ୍ମିଳିତ ଏବଂ ନିରନ୍ତର ତଥା ପରିବେଶ ଉପଯୋଗୀ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ବିଳମ୍ବ ହେଲେ ତାହା ଖାଦ୍ୟ ସୁରକ୍ଷାକୁ ବିପଦ ମଧ୍ୟକୁ ଠେଲି ଦେବ, ଜୀବିକା ନଷ୍ଟ କରିଦେବ। କେବଳ ଏତିକି ନୁହେଁ , ଏହା ମଧ୍ୟ ଆମକୁ ପରିବେଶଗତ ଲକ୍ଷ୍ୟ ହାସଲ କରିବାରେ ବାଧା ସୃଷ୍ଟି କରିବ। ଯେଉଁମାନେ ଏବେକାର ପୁଡ୍ ସିଷ୍ଟମରୁ ଲାଭ ପାଉଛନ୍ତି ଏବଂ ଏବକାର କ୍ଷତିର ଧାରାକୁ ସୁରକ୍ଷିତ ରଖିତ୍ବା ପାଇଁ ଚାହଁୁଛନ୍ତି, ସେମାନଙ୍କ ବାଧାକୁ ଆମେ ଅତିକ୍ରମ କରିବା ଆବଶ୍ୟକ। ଏକ ତ୍ୱରିତ, ସ୍ଥାୟୀ ଏବଂ ଲାଭଜନକ ପରିବର୍ତ୍ତନ ଆଣିିବାକୁ ପାଣ୍ଠି ଯୋଗାଡ କରିବାକୁ ହେଲେ ପୁଣି ବୈଶ୍ୱିକ ଆର୍ଥିକ ସହୟତାରେ ପରିବର୍ତ୍ତନ କରିବା ସହ ତାହାର ଲାଭକୁ ନିୟନ୍ତ୍ରଣ କରିବା ଦରକାର।
ଅଧ୍ୟକ୍ଷ, ଫାଇନାନ୍ସ ଫର୍
ବାୟୋଡାଇଭର୍ସିଟି ଇନିସିଏଟିଭ୍