ବେଜିଂ,୨।୧୨: ନଭେମ୍ବର ୨୪ରେ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚାଇନାର ମହାକାଶ ଯାନ ଚାଙ୍ଗ୍ ଇ-୫ ସଫଳତାର ସହିତ ଲ୍ୟାଣ୍ଡିଂ କରିଛି। ନିର୍ଦ୍ଧାରିତ ସ୍ଥାନରେ ରାତ୍ର ୧୧ଟାରେ ଚାଙ୍ଗ୍ ଇ-୫ ଜହ୍ନ ମାଟିରେ ପାଦ ଦେଇଛି। ୧୯୭୦ ପରେ ଚାଙ୍ଗ୍ ଇ-୫ ମହାକାଶ ଯାନ ଚନ୍ଦ୍ର ପୃଷ୍ଠରୁ ମାଟି ସଂଗ୍ରହ ପାଇଁ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଚାଙ୍ଗ୍ ଇ-୫ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମ୍ ମାଟି ସଂଗ୍ରହ କରିବ। ଏହି ମାଟି ପରବର୍ତ୍ତୀ ସମୟରେ କ୍ୟାପସୁଲ ଦ୍ୱାରା ପୃଥିବୀ ପୃଷ୍ଠକୁ ଅଣାଯିବ। ସୂଚନାଯୋଗ୍ୟ, ହେନାନ୍ ପ୍ରଦେଶର ଓ୍ବେନ୍ଚାଙ୍ଗ୍ ମହାକାଶ କେନ୍ଦ୍ରରୁ ୮.୨ ଟନ୍ ଟଜନ ବିଶିଷ୍ଟ ଚାଙ୍ଗ୍ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ନଭେମ୍ବର ୨୪ ଭୋର୍ ୪ଟା ୩୦ରେ ଉତ୍କ୍ଷେପଣ କରାଯାଇଥିଲା। ଏହି ମହାକାଶ ଯାନରେ ଓରବିଟର, ଲ୍ୟାଣ୍ଡର, ଆସେଣ୍ଡର ଏବଂ ରିଟର୍ନର ରହିଛି।