ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ ଗୌଡ଼ ଗତ ୧୮ ତାରିଖରେ ହିଞ୍ଜିଳିକାଟୁ ଏସ୍‌ବିଆଇ ଶାଖା ଏଟିଏମ୍‌ରୁ ୨ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପଛରେ ରହି ଏଟିଏମ୍‌ ପିନ୍‌ ଲକ୍ଷ୍ୟ କରିଥିଲେ। ପରେ ଉଦୟନାଥ ଟଙ୍କା ଗଣିବା ବେଳେ ଅପରିଚିତ ବ୍ୟକ୍ତି ଜଣଙ୍କ କୌଶଳ କ୍ରମେ ତାଙ୍କର ଏଟିଏମ୍‌ କାର୍ଡ ବଦଳରେ ଅବିକଳ ସେହିପରି ଦିଶୁଥିବାର ଅନ୍ୟ ଏକ କାର୍ଡ ଦେଇଥିଲେ। ଉଦୟନାଥ ଘରକୁ ଫେରିବା ପରେ ତାଙ୍କର ଆକାଉଣ୍ଟରୁ ୧୦ହଜାର ଟଙ୍କା ଉଠା ଯାଇଥିବା ମେସେଜ ପାଇଲେ। ଗତ ୨୧ରେ ଉଦୟନାଥ ବ୍ୟାଙ୍କ ଶାଖାକୁ ଯାଇ ତାଙ୍କର ଆକାଉଣ୍ଟ ଯାଞ୍ଚ ପରେ ତାଙ୍କର ଆକାଉଣ୍ଟରୁ ୫୨୩୮୦ ଟଙ୍କା ତାଙ୍କ ଅଜାଣତରେ ଲୁଟ୍‌ ହୋଇଥିବା ଜାଣି ଥାନାରେ ଏତଲା ଦେଇଛନ୍ତି। ଏଥି ନେଇ ଥାନାରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

ବିଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା, ଚାଲିଗଲା ମହିଳାଙ୍କ ଜୀବନ

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri