Categories: ଜାତୀୟ

ପିଲାଙ୍କ ସାମ୍ନାରେ ପୋଷାକ ବଦଳାଇବା ଯୌନ ନିର୍ଯାତନା ସହ ସମାନ: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୭।୧୦: ପିଲାଙ୍କ ସାମ୍ନାରେ ପୋଷାକ ବଦଳାଇବା କିମ୍ବା ଶାରୀରିକ ସମ୍ପର୍କ ରଖିବା ଯୌନ ନିର୍ଯାତନା ସହ ସମାନ। ଏକ ମାମଲାର ଶୁଣାଣିବେଳେ କୋର୍ଟ ଏପରି ବଡ଼ ରାୟ ଦେଇଛନ୍ତି। କେରଳ ହାଇକୋର୍ଟ କହିଛନ୍ତି, ନାବାଳକଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବା କିମ୍ବା ପୋଷାକ ବଦଳାଇବା ଯୌନ ନିର୍ଯାତନା ସହ ସମାନ। (POCSO) ଅଧିନିୟମ ଅନୁଯାୟୀ ଏହା ଦଣ୍ଡନୀୟ। ହାଇକୋର୍ଟ ଜଷ୍ଟିସ ଏ ବଦ୍ରୁଦ୍ଦିନ ଆବେଦନ ଉପରେ ଶୁଣାଣି କରିଛନ୍ତି।

ମାମଲା ଏହା କି, ଉକ୍ତ ବ୍ୟକ୍ତି ଜଣକ କୋଠରୀରେ କବାଟ ବନ୍ଦ ନକରି ଏକ ଲଜ୍‌ରେ ନାବାଳିକଙ୍କ ମା’ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ଶିଶୁଙ୍କ ଆଗରେ ଉଲଗ୍ନ ହୁଅନ୍ତି ସେତେବେଳେ ଏହାକୁ ଯୌନ ନିର୍ଯାତନା କୁହାଯିବ।

Share