ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ…

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନକ୍ଷେତ୍ରର ବାଟ ଦେଖାଇଥିବା କଫି ବଗିଚାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମୃତ୍ତିକା ସଂରକ୍ଷଣ ହାତରେ ଥିବା ଏହି କଫି ବଗିଚା ବୁଲିବା ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ବିକ୍ରି କରାଯାଇ ଏଥିପାଇଁ ଅର୍ଥ ସଂଗ୍ରହ କରାଯାଉଛି। ହେଲେ କଫି ବଗିଚା ପରିସର ମଧ୍ୟରେ କଫି କାଫେ ଓ ଶିଶୁ ପର୍ଯ୍ୟଟକଙ୍କ ପାଇଁ ପାର୍କ ବ୍ୟବସ୍ଥା କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଆଉ କୌଣସି ମୌଳିକ ସୁବିଧା କିମ୍ବା କଫି ଓ ଗୋଲ ମରିଚ ଗଛ ଛାଡ଼ିଦେଲେ ଆଉ କିଛି ଦେଖିବାକୁ ନାହିଁ। ବସିବା ପାଇଁ ଭଙ୍ଗା ଦଦରା ସିମେଣ୍ଟ ବେଞ୍ଚକୁ ଛାଡ଼ି ଦେଲେ ଉଠାବସା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ପର୍ଯ୍ୟଟକ ବାଧ୍ୟ ବାଧକତାରେ କଫି ବଗିଚା ବୁଲୁଛନ୍ତି। ସେହିପରି ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା ନ ଥିବାବେଳେ ପର୍ଯ୍ୟଟକ ବିଶେଷକରି ମହିଳା ପର୍ଯ୍ୟଟକମାନେ ହଇରାଣ ହରକତ ହେଉଛନ୍ତି।

ସେହିପରି ଛୋଟ ଶିଶୁଙ୍କୁ ନେଇ ଆସୁଥିବା ମହିଳାମାନେ ବିଶ୍ରାମ ଗୃହ ନ ଥିବାରୁ ଶିଶୁମାନଙ୍କୁ ଖାଦ୍ୟ ଦେବା ପାଇଁ ସମସ୍ୟା ହେଉଛି। କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ମୃତ୍ତିକା ସଂରକ୍ଷଣ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ଆଲୋଚନା କରିଛନ୍ତି। ସେଠାରେ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଡିସେମ୍ବର, ଜାନୁଆରୀ ମଧ୍ୟରେ ଅନେକ କାର୍ଯ୍ୟ ସୌନ୍ଦର୍ଯ୍ୟକରଣ ଆଦି କରାଯିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ...

ଦଣ୍ଡନାଚରେ କଥା କଟାକଟିରୁ ସଂଘର୍ଷ: ୨ ଗୁରୁତର

ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ...

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image