ପୃଥିବୀରେ ଅନେକ ପ୍ରକାରର ଲୋକ ବାସ କରନ୍ତି। ତେବେ ଏମିତି ଲୋକଙ୍କ ସହ ରହିବା ଆବଶ୍ୟକ ଯିଏ ତମକୁ କ୍ଷତି ପହଞ୍ଚାଇବ ନାହିଁ।
ଏହା ସତ୍ତ୍ୱେ ଜୀବନ ଯାତ୍ରାରେ, କିଛି ଏପରି ଲୋକ ମିଳିଯାନ୍ତି ସେମାନେ ହଇରାଣ କରିଦେଇଥାନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସେହିପରି ୭ ପ୍ରକାରର ଲୋକଙ୍କ ବିଷୟରେ କହିଛନ୍ତି , ସେମାନଙ୍କୁ ବିଶ୍ୱାସ କରାଯିବା ଉଚିତ ନୁହେଁ କି ସେମାନଙ୍କୁ ଦୁଃଖ କହିବା ଉଚିତ୍ ନୁହେଁ । ଜାଣନ୍ତୁ କିଏ ସେମାନେ…
ଏହି ୭ପ୍ରକାରର ଲୋକ ଯେଉଁମାନେ କୌଣସି ବ୍ୟକ୍ତିର ସମସ୍ୟା ବୁଝି ପାରନ୍ତି ନାହିଁ। ଚାଣକ୍ୟଙ୍କ ଅନୁଯାୟୀ, ରାଜା, ବେଶ୍ୟା, ଯମରାଜ, ଚୋର, ଶିଶୁ, ଯାଚକଙ୍କୁ କାହାର ଦୁଃଖର କୌଣସି ପ୍ରଭାବ ପଡ଼େ ନାହିଁ। ଆହୁରି ମଧ୍ୟ, ଯେଉଁମାନେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନେ କେବେ ବି କାହାର ଦୁଃଖ ବୁଝନ୍ତି ନାହିଁ।
ତେଣୁ ଏମାନଙ୍କୁ ଦୁଃଖ କହିବା ପରିବର୍ତ୍ତେ ସତର୍କତାର ସହ କାର୍ଯ୍ୟ କରିବା ଉଚିତ।