Categories: ଜାତୀୟ

ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ପ୍ରଥମ ଥର ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚାନ୍ନିଙ୍କ ନାମ ଘୋଷଣା କରାଯାଇଛି।

୪୮ ବର୍ଷୀୟ ଚାନ୍ନି ହେଉଛନ୍ତି ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ। ଅମରିନ୍ଦରଙ୍କ ଶାସନରେ ସେ ବୈଷୟିକ (ଟେକ୍‌ନିକାଲ) ଶିକ୍ଷାମନ୍ତ୍ରୀ ଥିଲେ। ଚାମକୌର ସାହିବ ନିର୍ବାଚନମଣ୍ଡଳୀରୁ ଚାନ୍ନି ତିନି ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୧୫ରୁ ୧୬ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାର ବିରୋଧୀ ଦଳର ନେତା ଥିଲେ।

“ପଞ୍ଜାବର କଂଗ୍ରେସ ବିଧାୟକ ଦଳର ବୈଠକରେ ସର୍ବସମ୍ମତିକ୍ରମେ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଛାଯାଇଛି” ବୋଲି ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାଓ୍ବତ ଟୁଇଟ୍‌ କରିଛନ୍ତି।

 

Share