Categories: ଜାତୀୟ

ଭିଜିଲାନ୍ସ ବ୍ୟୁରୋରେ ହାଜର ହେଲେ ଚନ୍ନି

ଚଣ୍ଡିଗଡ଼, ୧୫ା୪: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଶୁକ୍ରବାର ଭିଜିଲାନ୍ସ ବ୍ୟୁରୋରେ ହାଜର ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ। ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ତଦନ୍ତ କରାଯାଉଥିବା ଚନ୍ନି କହିଛନ୍ତି। ମୋହାଲିସ୍ଥିତ ଭିଜିଲାନ୍ସ ବ୍ୟୁରୋ କାର୍ଯ୍ୟାଳୟରେ ପ୍ରବେଶ ପୂର୍ବରୁ କଂଗ୍ରେସ ନେତା ଚନ୍ନି ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସରକାର ଷଡ଼ଯନ୍ତ୍ର ରାଜନୀତି କରୁଥିବା ସେ କହିଛନ୍ତି। ଗତ ମାସରେ ଭିଜିଲାନ୍ସ ଚନ୍ନିଙ୍କ ନାମରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା।

Share