ବର୍ଷା ପାଇଁ ବେକେ ପାଣିରେ ଜପ

ପାଟଣା,୨୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ପ୍ରଭାବିତ ହୋଇଛି। ଶ୍ରାବଣ ମାସରେ ଜମି ଶୁଖିଲା ପଡ଼ିଥିବା ବେଳେ ବିଲରେ କେଉଁଠି ଧାନତଳି ବୁଢ଼ା ହେଲାଣି ତ କେଉଁଠି ଶୁଖି ମରି ଗଲାଣି। ବିଗତ ୫ବର୍ଷରେ ଜୁଲାଇ ମାସ ମଧ୍ୟରେ ୬୦୬ ମି.ମି. ବୃଷ୍ଟିପାତ ହେବା ରେକର୍ଡ ଥିବା ବେଳେ ଚଳିତ ବର୍ଷ ମାତ୍ର ୨୪୨.୮ ମି.ମି. ବୃଷ୍ଟିପାତ ହୋଇଥିବା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶ କହିଛନ୍ତି। ସ୍ବାଭାବିକ ବର୍ଷାଠାରୁ ୩୬୪ ମି.ମି. କମ୍‌ ବୃଷ୍ଟିପାତ ରେକର୍ଡ ହୋଇଛି। ଫଳରେ ବିଲ ପଡ଼ିଆ ପଡ଼ିଛି। ଏଭଳି ସ୍ଥଳେ ଚାଷୀକୁଳ ହତାଶ ହୋଇ ଈଶ୍ୱରଙ୍କ ଶରଣାପନ୍ନ ହୋଇଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବଡ଼ପାଟଣା ପଞ୍ଚାୟତ ସାମ ଶାସନରେ ବୁଧବାର ବୃଷ୍ଟିଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବର୍ଷା ପାଇଁ ବ୍ରାହ୍ମଣମାନେ ନଦୀର ବେକେ ପାଣିରେ ପଶି ୩ ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ଜପ କରିଛନ୍ତି।

ବୃଷ୍ଟିଯଜ୍ଞ ସକାଶେ ବୈତରଣୀ ନଦୀ ପାଣିରେ ୪ ବେଦ ବେଦଜ୍ଞ ବ୍ରାହ୍ମଣ ଚତୁର୍ବେଦ ମନ୍ତ୍ରରେ ୪ ମେଘଙ୍କୁ ୧ ହଜାର ୮ଥର ସଂଖ୍ୟା ଜଣକା ଜପ କରିଛନ୍ତି। ସମାନ ସମୟରେ ବୃଷ୍ଟିଯଜ୍ଞ ନିମନ୍ତେ ଗ୍ରାମ ମଧ୍ୟରେ ଥିବା ମଣ୍ଡପରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ଓ ହନୁମାନଙ୍କୁ ଅଧିଷ୍ଠିତ କରି ୪ ମେଘଙ୍କୁ ଆବାହନ, ପ୍ରଜନ୍ୟ, ଅଗସ୍ତି, ଋଷିଶୃଙ୍ଗ ଓ ଇନ୍ଦ୍ରାଦି ଦେବଗଣଙ୍କୁ ଆବାହନ ଓ ଯଜ୍ଞ ଅନୁଷ୍ଠାନ କରିଛନ୍ତି। ଏଥିସହ ଗ୍ରାମର ଆରାଧ୍ୟ ଦେବ ସୋମେଶ୍ୱର ମହାଦେବଙ୍କୁ ପାଣିରେ ବୁଡ଼ାଇ ରଖି ଜଳାଭିଷେକ କରିଛନ୍ତି। ଗ୍ରାମମଣ୍ଡପରେ ରାମାୟଣର ଆଦ୍ୟକାଣ୍ଡ ଆବୃତ୍ତି ସହ ସମସ୍ତ ଦେବତାଙ୍କୁ ସନ୍ତୁଷ୍ଟି ପାଇଁ ହୋମଯଜ୍ଞ କରିଛନ୍ତି। ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ଏଭଳି ଶାସ୍ତ୍ର ମତେ ପୂଜାର୍ଚ୍ଚନା ସହ ଗ୍ରାମଦେବତୀଙ୍କୁ ମାର୍ଜନାକଲେ ଭଲ ବୃଷ୍ଟିପାତ ହେବ। ଠାକୁରଙ୍କୁ ନୀତିକାନ୍ତିରେ ପୂଜାର୍ଚ୍ଚନାକଲେ ଦେବତାଙ୍କ କୋପ ହ୍ରାସ ହୁଏ। ଭଲ ବୃଷ୍ଟିପାତ ହୋଇ ସୃଷ୍ଟି ଶସ୍ୟଶ୍ୟାମଳା ହୋଇଥାଏ। ବୈତରଣୀ ନଦୀରେ ପଣ୍ଡିତ ଲୋକନାଥ ମିଶ୍ର, ତରୁଣ କୁମାର ଦାଶ, ସନ୍ତୋଷ ତ୍ରିପାଠୀ, ଅମରେନ୍ଦ୍ର ମିଶ୍ର ଜଳ ଜପ କରିଥିବା ବେଳେ ଗ୍ରାମରେ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଶେଖର ଦାଶ, ତରୁଣ କୁମାର ତ୍ରିପାଠୀ, ଦୈତାରି ଶତପଥୀ, ଗୌରଚନ୍ଦ୍ର ତ୍ରିପାଠୀ, ଶିବପ୍ରସାଦ ଦାଶ, ରାଜବଲ୍ଲଭ ମିଶ୍ର, ବୀରମୋହନ ଦ୍ବିବେଦୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଅତୀତରେ ଅନାବୃଷ୍ଟି ହେଲେ ଏହି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନାକଲେ ଭଲ ବୃଷ୍ଟିପାତ ହେବାର ଦୃଷ୍ଟାନ୍ତ ରହିଛି ବୋଲି ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ଲୋକନାଥ ମିଶ୍ର, ଗୌରଚନ୍ଦ୍ର ତ୍ରିପାଠୀ ଓ ରାଜବଲ୍ଲଭ ମିଶ୍ର ପ୍ରମୁଖ କହିଛନ୍ତି। କାର୍ଯ୍ୟକ୍ରମ ଭାଗୀରଥି ଦାଶ ଓ ଅଜିତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଋଷିଶୃଙ୍ଗ ଋଷିଙ୍କ ମାଟି ମୂର୍ତ୍ତିକୁ ଭଜନ କୀର୍ତ୍ତନ କରି ଗଁାମୁଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୃଦ୍ଧ ଓଡ଼ିଶାକୁ ସାକାର କରିବ ଆୟୁଷ୍ମାନ ଭାରତ

”ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି...

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ...

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ମାମଲା: ଜନସାଧାରଣଙ୍କ ଅଧିକାର ଓ ନ୍ୟାୟିକ ବିଜୟ

ଓଡ଼ିଶାର ପୁରୀ ଜିଲାର ୨୨ଟି ମୌଜାର ଚାଷୀଙ୍କ ଜମି ରକ୍ଷା ପାଇଁ ଏକ ଦୀର୍ଘ ସଂଘର୍ଷର କାହାଣୀ ଆଜି ମଧ୍ୟ ଆଲୋଚନାର ବିଷୟ ହୋଇରହିଛି। ବେଦାନ୍ତ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image