Categories: ଜାତୀୟ

ମଣିପୁର ପ୍ରସଙ୍ଗକୁ ନେଇ ଗୋଆ ବିଧାନାସଭାରେ ହଟ୍ଟଗୋଳ: ସମସ୍ତ ବିରୋଧୀ ଦଳର ନେତା ୨ ଦିନ ପର୍ଯ୍ୟନ୍ତ ନିଲମ୍ବିତ

ପାଣାଜୀ,୩୧।୭: ମଣିପୁର ପ୍ରସଙ୍ଗରେ ସୋମବାର ଗୋଆ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଛି। ସମସ୍ତ ୭ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ହଙ୍ଗାମା ସୃଷ୍ଟି ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରାଯାଇଛି। ବିଧାନସଭା କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ନେତାଙ୍କ ମଧ୍ୟରେ ବିରୋଧୀ ଦଳର ନେତା ୟୁରୀ ଆଲେମାଓ, କଂଗ୍ରେସ ବିଧାୟକ ଆଲଟନ ଡି’କୋଷ୍ଟା, କାର୍ଲୋସ ଫେରେରା, ଏଏପି ବିଧାୟକ ଭେଞ୍ଜି ଭିଗାସ, କ୍ରୁଜ ସିଲଭା, ଗୋଆ ଫରୱାର୍ଡ ପାର୍ଟିର ବିଜୟ ସର୍ଦ୍ଦାର ଏବଂ ଗୋଆ ରିଭୋନ୍ୟୁସନାରୀ ପାର୍ଟିର ବିରେଶ ବୋରକର ସାମିଲ ଅଛନ୍ତି।
ଗୋଆ ବିଧାନସଭାରେ ପ୍ରଶ୍ନ କାଳ ପରେ ୟୁରୀ ଆଲେମାଓ ମଣିପୁର ହିଂସା ମାମଲା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଅଧ୍ୟକ୍ଷ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସମସ୍ୟାର ମୁକାବିଲା କରୁଛି ଏବଂ ସଂସଦରେ ମଧ୍ୟ ଆଲୋଚନା ଚାଲିଛି। ଏଭଳି ପରିସ୍ଥିତିରେ ବିଧାନସଭାରେ ଏହା ଉପରେ ଆଲୋଚନା ଅନୁମତି ଦିଆଯାଇପାରିବ ନାହିଁ।

Share