ନୂଆଦିଲ୍ଲୀ,୧୯।୧୨ : ଚାଇନା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ରାଜ୍ୟ ସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରିଛନ୍ତି। ସୋମବାର ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପାଟି ତୁଣ୍ଡ କରିଥିଲେ। ଏଥି ସହିତ, କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଚାଇନା ଆମ ଜମି ଦଖଲ କରୁଛି।
ଯଦି ଆମେ ଏହି ବିଷୟ ଉପରେ ଆଲୋଚନା ନକରିବା ତେବେ ଆମେ ଆଉ କ’ଣ ଆଲୋଚନା କରିବା? ଆମେ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ସରକାର ଆଲୋଚନାରୁ ଦୂରେଇ ଯାଉଛନ୍ତି। ତେଣୁ ଗୃହରେ ରହିବାର ଆବଶ୍ୟକତା ନାହିଁ।