Categories: ଜାତୀୟ

ବିହାରରେ ଥମୁନି ବିଷାକ୍ତ ମଦ ପ୍ରକୋପ: ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି

ପାଟନା,୧୭।୧୨: ବିହାରରେ ବିଷାକ୍ତ ମଦର ପ୍ରକୋପ ଥମିବାର ନା ନେଉନି। ଛପରା ଜିଲାରେ ବିଷାକ୍ତ ମଦ ପିଇ ମୃତ୍ୟୁସଂଖ୍ୟା ଏବେ ୭୦କୁ ବୃଦ୍ଧି ପାଇଛି। ଛପରା ବ୍ୟତୀତ ସାରନ, ସିଓ୍ବାନ ଏବଂ ବେଗୁସରାୟରେ ମଧ୍ୟ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ବିଷାକ୍ତ ମଦ ମାମଲାର ଯାଞ୍ଚ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଜଣେ ଅତିରିକ୍ତ ଏସ୍‌ପି ଏହି ଟିମ୍‌ର ନେତୃତ୍ୱ ନେଇଥିବା ବେଳେ ଏଥିରେ ୩ଡିଏସ୍‌ପି, ୩୧ଜଣ ପୋଲିସ ଅଧିକାରୀ ସାମିଲ ରହିବେ। ସେହିପରି ଗତ ୪୮ଘଣ୍ଟାରେ ଜିଲାର ସବୁ ସ୍ଥାନରେ ଚଢ଼ାଉ କରାଯାଇ ୧୨୬ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏଥିସହ ୪୦୦୦ଲିଟରରୁ ଊର୍ଦ୍ଧ୍ୱ ବେଆଇନ ମଦ ଜବତ କରାଯାଇଛି ବୋଲି ସାରନ ଜିଲାପାଳ ରାଜେଶ ମିନା ସୂଚନା ଦେଇଛନ୍ତି।

Share