Categories: ଜାତୀୟ

ଆରମ୍ଭ ହେଲା ଚାରିଧାମ ଯାତ୍ରା, କେଦାରନାଥରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ

ଡେରାଡୁନ,୬ ।୫: ବମ ଭୋଲେ ଗୁଞ୍ଜରଣ ସହ ପୁଣିଥରେ କରୋନା ମହାମାରୀ ପରେ ଖୋଲିଛି କେଦାରନାଥର ଦ୍ୱାର । ବାବା କେଦାରନାଥଙ୍କ ପଞ୍ଚମୁଖି ଉତ୍ସବ ଡୋଲି ଗ୍ରୀଷ୍ମକାଳୀନ ପ୍ରବାସ ପାଇଁ କେଦାରନାଥ ପହଞ୍ଚିସାରିଛି । ମନ୍ଦିରର ରାଉଳ ବାବାଙ୍କର ଡୋଲି ନେଇ ମନ୍ଦିର ପ୍ରବେଶ କରିବା ପରି ମେ’୬ରେ କେଦାରନାଥ ଧାମ ସକାଳ ୬ଟା ୨୫ରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି ।
ଏହି ସମୟରେ ସେଠାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ରହିବା ସହ ପୂଜାର୍ଚ୍ଚନା ବି କରିଛନ୍ତି । ଏହି ଅବସରରେ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଭାବେ ଫୁଲରେ ସଜାଇ ଦିଆଯାଇଛି । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ନିୟମ ଅନୁସାରେ ପୂଜାର୍ଚ୍ଚନା କରିବେ । ତେବେ ଗୁରୁବାରଠରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଜିଲାପାଳ ସମସ୍ତ ସ୍ଥିତି ପରଖିବା ସହ ଶ୍ରଦ୍ଧାଳଙ୍କ ପାଇଁ ଯେମିତି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ।

Share