Categories: ଜାତୀୟ

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ ହେବାକୁ ଥିଲା। ଭାରତରେ କରୋନର ଦ୍ୱିତୀୟ ଲହର ଜାରିଥିବା ସତ୍ତ୍ୱେ କୁମ୍ଭମେଳା ଆୟୋଜନକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟ ତିରଥ ସିଂ ରାଓ୍ବତଙ୍କ ସରକାରକୁ ଭର୍ତ୍ସନା କରିବା ପରେ ଚାର୍‌ ଧାମ ଯାତ୍ରା ବାତିଲ କରାଯାଇଛି। ଏହି ସମୟରେ କେବଳ ପୂଜକ ଉପସ୍ଥିତ ରହି ନୀତିକାନ୍ତି କରିବେ ବୋଲି କୁହାଯାଇଛି।

Share