Categories: ଜାତୀୟ

କେଜରିୱାଲ ମିଛୁଆ: ଚନ୍ନି

ଚଣ୍ଡିଗଡ଼,୨୧ ।୨: ରବିବାର ସନ୍ଧ୍ୟାରେ ପଞ୍ଜାବ ବିଧାନସଭାର ସମସ୍ତ ୧୧୭ ଆସନ ପାଇଁ ଭୋଟ ଗ୍ରହଣ ସରିଛି । ସୂଚନା ଅନୁଯାୟୀ, ପଞ୍ଜାବରେ ୬୫.୩୨ ପ୍ରତିଶତ ମତଦାନ ହୋଇଛି । ଏଥର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ତେବେ ସେ ୨ଟି ଯାକ ଆସନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।
ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ସେ କହିଛନ୍ତି ମୁଁ ୨ଟି ଯାକ ଆସନରେ ଭଲ ଭୋଟ ବ୍ୟବଧାନରେ ବିଜୟୀ ହେବି । ତେବେ ଏଥର ପଞ୍ଜାବ ବିଧାନସଭା ଆସନ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି(ଏଏପି) ବହୁ ସଂଖ୍ୟାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ପଞ୍ଜାବରେ ସରକାର ଗଠନ କରିବାର ଲକ୍ଷ୍ୟ ରଖିଛି । ଏହାକୁ ନେଇ ଚନ୍ନି କହିଛନ୍ତି କେଜରିୱାଲ ଜଣେ ମିଛୁଆ ବ୍ୟକ୍ତି । ସେ ସବୁବେଳେ ମିଛ କୁହନ୍ତି । ଆଉ ପରେ ଏହାକୁ ବଦଳାଇ ଦିଅନ୍ତି ତ ପୁଣି କେବେ କେବେ କ୍ଷମା ମାଗି ନିଅନ୍ତି ।
ଚନ୍ନି ଆହୁରି ମଧ୍ୟ କହିଛନ୍ତି ଯଦି ପଞ୍ଜାବରେ ଏଏପି ସରକାର ଗଠନ କରେ ତେବେ ରାଜ୍ୟରେ କୌଣସି ବିକାଶ ବା ପରିବର୍ତ୍ତନ ହେବ ନାହିଁ । କାରଣ ଏଏପିରେ ଏମିତି ନେତା ରହିଛନ୍ତି ଯେଉଁମାନେ ଉଭୟ ପଟେ ଖାରଜ ହୋଇ ଯାଆନ୍ତି । ଏହାସହ କେଜରିୱାଲ ନା କ୍ରାନ୍ତିକାରୀ ନା ସେ ଭଗତ ସିଂଙ୍କ ଶିଷ୍ୟ ।

Share