Categories: ଜାତୀୟ

ସିଦ୍ଧୁଙ୍କ ପାଦ ଛୁଇଁଲେ ଚନ୍ନି

ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଚରନଜିତ ସିଂ ଚନ୍ନିଙ୍କୁ ଶାସକ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏଥିଲାଗି ପ୍ରବଳ ଦାବିଦାର ଥିଲେ। ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ ରାଜ୍ୟର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ପାଦ ଛୁଇଁଥିଲେ।

ରବିବାର ଅପରାହ୍ନରେ ରାହୁଲ ଗାନ୍ଧୀ ବକ୍ସିଂ ମ୍ୟାଚ୍‌ର ଅମ୍ପାୟର ଭଳି ଚନ୍ନିଙ୍କ ହାତ ଉଠାଇଥିଲେ। ଏଥିରେ ଉତ୍ସାହିତ ହୋଇ ଉଠିଥିଲେ ପ୍ରତିପକ୍ଷ ପଞ୍ଜାବ କଂଗ୍ରେସ ମୁଖ୍ୟ। ପରେ ସମସ୍ତ ୩ ନେତା ରାହୁଲ, ସିଦ୍ଧୁ, ଚନ୍ନି ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏଥିସହ ଶେଷ ହୋଇଛି ଦଳ ମଧ୍ୟରେ ଥିବା ଅନିଶ୍ଚତତା।

“ସିଦ୍ଧୁ ଜୀ, ଯାହା ତୁମେ ଚାହୁଁଛ, ତାହା କରିବ। ତୁମର କାର୍ଯ୍ୟକାରୀ ହେବ” ବୋଲି ଚନ୍ନି ଗୁରୁଦାୟିତ୍ୱ ଗ୍ରହଣ କରିବା ପରେ କହିଥିଲେ।

Share