Categories: ଜାତୀୟ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଖାଲି ପଡିଲା ଚୌକି, କାର୍ଯ୍ୟକ୍ରମ ଛାଡି ସିଏମ୍ ଚାଲିଲେ ବନ୍ଧୁ ଘର

ଚଣ୍ଡିଗଡ଼,୧୬ ।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନୀଙ୍କ ସମସ୍ୟା ଯେମିତି ତାଙ୍କ ପିଛା ଛାଡୁନି । ମୁଖ୍ୟମନ୍ତ୍ରୀ ଚନୀ ପଞ୍ଜାବ ଗୁରଦାସପୁରରେ ହେଉଥିବା ରାଲିରେ ଗୁରୁବାର ସାମିଲ ହେବାକୁ ସେଠାରେ ପହଞ୍ଚିଥିଲେ । ହେଲେ ସେଠାରେ ପେଣ୍ଡାଲ ଖାଲି ହେବା ଶୁଣିବା ପରେ ସେ ହେଲିପ୍ୟାଡରୁ ସିଧା ବନ୍ଧୁଙ୍କ ସହ ଦେଖା କରିବାକୁ ଚାଲିଯାଇଥିବା ଜଣାପଡିଛି ।
ଏହା ପୂର୍ବରୁ ଚରଣଜିତ ସିଂ ଚନୀ ନିଜର କିଛି ରାଲିରେ ବେରୋଜଗାର ଟିଚର୍ସଙ୍କ କଡା ବିରୋଧର ସମ୍ମୁଖୀନ ହୋଇଛନ୍ତି । ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳ ପକ୍ଷରୁ ଗୁରୁଦାସପୁରରେ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଚନୀଙ୍କୁ ସେଠାରେ ଦିନ ୧୨ଟାରେ ପହଞ୍ଚିବାର ଥିଲା । ସେ ନିର୍ଦ୍ଧାରିତ ସମୟରେ ସେଠାରେ ପହଞ୍ଚିଥିଲେ । ହେଲେ ହେଲିପ୍ୟାଡରେ ହିଁ ତାଙ୍କୁ ଖବର ମିଳିଥିଲା କି ପେଣ୍ଡାଲ ଖାଲି ପଡିଛି । ଏହାପରେ ଚନୀ ସେଠାରୁ ନିଜ ବନ୍ଧୁଙ୍କ ଘର ଚାଲିଯିବାକୁ ଠିକ୍ ଭାବିଲେ ବୋଲି କୁହାଯାଉଛି । ରାଲି ପାଇଁ ପେଣ୍ଡାଲରେ ଲାଗିଥିବା ଚେୟାର ସବୁ ଖାଲି ପଡିଥିବା ଜଣାପଡିଥିଲା ।

Share