Categories: ଜାତୀୟ

ଶପଥ ଗ୍ରହଣ ପୂର୍ବରୁ ଗୁରୁଦ୍ୱାର ଗଲେ ଚରଣଜିତ୍ ସିଂ

ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପଞ୍ଜାବକୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଚରଣଜିତ୍ ସିଂ ଚନି୍ନ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ସକାଳ ୧୧ଟାରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେ ପରିବାର ସହମିଶି ରୂପନଗର ଗୁରୁଦ୍ୱାର ଯାଇ ଦର୍ଶନ କରିଛନ୍ତି । ତାଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇପାରନ୍ତି ବୋଲି କୁହାଯାଉଛି । ସେ ଜଣେ ଦଳିତ ଶିଖ । ଆଗାମୀ ବିଧାନସଭା ନିର୍ବାଚନକୁ ଦେଖି ଚନ୍ନିଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି । କ୍ୟାବିନେଟ ମନ୍ତ୍ରୀ ଓ ୩ ଥର ବିଧାୟକ ଥିବା ଚନ୍ନି ଏବେ ପଞ୍ଜାବ କଂଗ୍ରେସର ମଙ୍ଗ ସମ୍ଭାଳିବେ ।

Share