ଚଣ୍ଡିଗଡ଼,୨ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ରେଲ ଧାରଣା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା କୃଷକ ସଙ୍ଗଠନର ସଦସ୍ୟଙ୍କ ଉପରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୂଚନା ପଞ୍ଜାବର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ପାଖାପାଖି ୧ ବର୍ଷ ହେବାକୁ ଯାଉଛି କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାର ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ କୃଷକମାନେ ମଧ୍ୟ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି ।