Categories: ଜାତୀୟ

ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯ ।୯: ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟର ସୂଚନା ଅନୁଯାୟୀ ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ଚରଣଜିତ୍ ସର୍ବସମ୍ମତି କ୍ରମେ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂ ରାନ୍ଧୱା ଦାୟିତ୍ୱ ଗ୍ରହଣ କରିବେ ବୋଲି କୁହାଯାଉଥିବା ବେଳେ ଏବେ ଚରଣଜିତ୍ ସିଂ ଚାନିଙ୍କ ନାମ ସମସ୍ତଙ୍କୁ ଚମକାଇ ଦେଇଛି ।

Share