Categories: ଜାତୀୟ

ଚାରଧାମ ଯାତ୍ରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ବୀମା, ମନ୍ଦିର ପରିସରରେ ମୃତ୍ୟୁ ହେଲେ ମିଳିବ ଏହି ରାଶି

ଡେରାଡୁନ,୧୬ ।୬: ଚାରଧାମ ଯାତ୍ରାରେ ଯାଇଥିବା ତୀର୍ଥଯାତ୍ରୀଙ୍କୁ ପ୍ରଥମଥର ଲାଗି ୧ ଲକ୍ଷ ଟଙ୍କାର ବିମା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ପରିସରରେ ଯଦି କୌଣସି ତୀର୍ଥଯାତ୍ରୀଙ୍କର କୌଣସି ଦୁର୍ଘଟଣା ଅବା ଅକଷ୍ମାତ ମୃତ୍ୟୁ ହେଲା, ତେବେ ମାନବ ଉତ୍ଥାନ ସେବା ସମିତିର ସହଯୋଗରେ ମନ୍ଦିର ସମିତି ବିମାର ସୁବିଧା ପ୍ରଦାନ କରିବେ । ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ମାଧ୍ୟମରେ ଏହି ବୀମା ରାଶି ପ୍ରଦାନ କରାଯିବ ।

ବଦ୍ରିନାଥ, କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ମାନବ ଉତ୍ଥାନ ସେବା ସମିତିର ସଂସ୍ଥାପକ ଏବଂ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରୟାସ ଯୋଗୁ ତୀର୍ଥଯାତ୍ରୀଙ୍କୁ ବୀମା ସୁବିଧା ମିଳିବାକୁ ଯାଉଛି । ମାନବ ଉତ୍ଥାନ ସେବା ସମିତି ପକ୍ଷରୁ ବୀମାର ପ୍ରିମିୟମ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀକୁ ଦିଆଯାଇଛି ।

Share