Categories: ଜାତୀୟ

ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କଲା, କେଦାରନାଥରେ ସର୍ବାଧିକ

ଡେରାଡୁନ,୩୦ ।୫: ଚାରଧାମ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ତେବେ କେଦାରନାଥ ଯାତ୍ରାରେ ଆସିଥିବା ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ପାହାଡ ଉପରେ ଅକ୍ସିଜେନ କମ ଓ ହୃଦସ୍ପନ୍ଦନ ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ୨ ବର୍ଷ ହେବ ବନ୍ଦ ଥିବା ଚାରଧାମ ଯାତ୍ରା ଚଳିତ ବର୍ଷ ମେ’ ୩ରେ ଆରମ୍ଭ ହୋଇଥିଲା । ୨୭ ଦିନର ଯାତ୍ରା ମଧ୍ୟରେ ଏପର୍ଯ୍ୟନ୍ତ ୧୦୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ରବିବାର ହିଁ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫୦ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କର ହେଲ୍‌ଥ ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି ସେମାନଙ୍କୁ ଯାତ୍ରା ପାଇଁ ବାରଣ କରାଯାଉଛି ।

Share