Categories: ଜାତୀୟ

ଚାରିଧାମ ଯାତ୍ରା: ଯାନବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର

ଡେରାଡୁନ,୪।୫: ଚାରିଧାମ ଯାତ୍ରା ମେ’୩ରୁ ଆରମ୍ଭ ହୋଇଯାଉଛି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ତୀର୍ଥଯାତ୍ରୀଙ୍କର ସୁରକ୍ଷା ପାଇଁ ପାହାଡି ରାସ୍ତାରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଉତ୍ତରାଖଣ୍ତ ପରିବହନ କମିଶନର ରଣଭୀର ସିଂ ଚୌହାନ କହିଛନ୍ତି ଯେ, ଚାରିଧାମ ଯାତ୍ରା ସମୟରେ ସକାଳ ୧୦ରୁ ଅପରାହ୍ନ ୪ଟା ମଧ୍ୟରେ ପାର୍ବତ୍ୟ ମାର୍ଗରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସୁବିଧା ତଥା ନିରାପଦ ଯାତ୍ରା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚାରିଧାମ ଯାତ୍ରା ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଏଠାକୁ ଆସିବେ ବୋଲି ଆଶା କରାଯାଉଛି ସେ କହିଛନ୍ତି। ଏହି ଚାରିଧାମ ଯାତ୍ରା ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇଥାଏ ।

Share