Categories: ଜାତୀୟ

କଂଗ୍ରେସରେ ବଡ ଧରଣର ଅଦଳବଦଳ

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ଦଳୀୟ ସଙ୍ଗଠନରେ ଗୁରୁବାର ବଡ ଧରଣର ଅଦଳବଦଳ ହୋଇଛି। ଦଳ ରଣଦୀପ ସୁରଜଓ୍ବୋଲାଙ୍କୁ ମଧ୍ୟ ପ୍ରଦେଶର ସିନିୟର ଅବଜର୍ଭର ପରେ ଏବେ ରାଜ୍ୟର ପ୍ରଭାରୀ ମହାସଚିବର ଅତିରିକ୍ତ ଦାୟିତ୍ୱ ଦେଇଛି। ସେମିତି ମୁକୁଲ ବାସନିକଙ୍କୁ ଗୁଜରାଟର ପ୍ରଭାରୀ ମହାସଚିବ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ବୃଜଲାଲ ଖାବରିଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମଧ୍ୟ ପ୍ରଦେଶର ପ୍ରଭାରୀ ମହାସଚିବର ଦାୟିତ୍ୱ ସୁରଜଓ୍ବୋଲାଙ୍କୁ ଜେପି ଅଗ୍ରଓ୍ବାଲଙ୍କ ସ୍ଥାନରେ ଦିଆଯାଇଛି। ସେହିପରି ବାସନିକଙ୍କୁ ରଘୁ ଶର୍ମାଙ୍କୁ ହଟାଇ ପ୍ରଭାରୀ ମହାସଚିବ କରାଯାଇଛି।

Share