ଅହମଦାବାଦ, ୨୨ା୯: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ବୁଧବାର ଆକ୍ଟିଭିଷ୍ଟ ତିସ୍ତା ସିତଲଭାଡ୍ଙ୍କ ସମେତ ୩ ଅଭିଯୁକ୍ତଙ୍କ ବିରୋଧର ଚାର୍ଜଶିଟ୍ ଦାଖଲ କରିଛି। ଅନ୍ୟ ଦୁଇଜଣ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍.ବି. ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍ ଅଫିସର ସଞ୍ଜୀବ ଭଟ୍ଟ। ଏହି ୩ ଜଣ ତତ୍କାଳୀନ ମୁଖ୍ୟମନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ମାମଲାରେ ଫସାଇବା ପାଇଁ ଜାଲ୍ ତଥ୍ୟ ଯୋଗାଡ଼ କରିଥିବା ଚାର୍ଜଶିଟ୍ରେ ଦର୍ଶାଯାଇଛି। ଏସ୍ଆଇଟି ଚାର୍ଜଶିଟ୍ ଅନୁଯାୟୀ, ୩ ଅଭିଯୁକ୍ତ ଗୁଜରାଟ ଦଙ୍ଗାବେଳେ ମୋଦିଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲେ। ଏପରିକି ମୋଦିଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଆବଶ୍ୟକ ଦସ୍ତାବିଜ୍ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଥିବା ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ କରାଯାଇଛି।