ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ଜଣାପଡ଼ିଛି। ଚାର୍ଜସିଟରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସତ୍ତି ରହିଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଚାର୍ଜସିଟ ଦାଖଲ ହୋଇଛି।
ସୂଚନା ଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀ ଏବେ ଗୋପାଳପୁର ବିଧାୟକ ଅଛନ୍ତି । ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବର୍ହିଭୂତ ଟଙ୍କା ଠାବ ହୋଇଥିଲା ।