Categories: ଜାତୀୟ

ମୁକୁଲ ରାୟଙ୍କ ନଁ।ରେ ଚାର୍ଜଶିଟ୍‌

କୋଲକାତା, ୬।୧୨: କ୍ରିଷ୍ଣଗଞ୍ଜର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ବିରୋଧରେ ପଶ୍ଚିମବଙ୍ଗ ସିଆଇଡି ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଶନିବାର ଅପରାହ୍ଣରେ ନଦିଆ ଜିଲାର ଏକ ଅଦାଲତରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଛି। ସତ୍ୟଜିତ ହତ୍ୟା ଷଡ଼ଯନ୍ତ୍ରରେ ମୁକୁଲ ସକ୍ରିୟ ଭାବେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସିଆଇଡି ଅଧିକାରୀମାନେ କହିଛନ୍ତି। ପୂର୍ବରୁ ସିଆଇଡି ତାଙ୍କୁ ଜେରା କରିଥିଲା। ତେବେ ଗତବର୍ଷ ମେ’ରେ ଦାଖଲ ହୋଇଥିବା ପ୍ରଥମ ଚାର୍ଜଶିଟ୍‌ରେ ମୁକୁଲଙ୍କ ନାଁ ନ ଥିଲା। ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ମୁକୁଲ ଖଣ୍ଡନ କରିଛନ୍ତି। ସେ ହିଂସା ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି।

Share