Categories: ଜାତୀୟ

ଅଭିଯୋଗ ନ ଆସିଲେ ବି ଦାୟର କରନ୍ତୁ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୪: ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ହେଟ୍‌ ସ୍ପିଚ୍‌ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏହା ଉପରେ କୌଣସି ଅଭିଯୋଗ ଦାଖଲ ହେଉ କି ନ ହେଉ ପ୍ରଶାସନକୁ ଏହି ମାମଲାରେ ପଞ୍ଜିକରଣ କରିବାକୁ ପଡିବ। କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରୁ ମାମଲା ପଞ୍ଜିକରଣ ବେଳେ ବିଳମ୍ବ ହୁଏ ତେବେ ତାହାକୁ ଅଦାଲତକୁ ଅବମାନନା କରାଯାଇଛି ବୋଲି ଧରାଯିବ।

Share