Categories: ଖେଳ

ସୁଶୀଲ କୁମାରଙ୍କ ବିରୋଧରେ ଚାର୍ଜଫ୍ରେମ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର ଚାମ୍ପିୟନ ରେସଲରଙ୍କ ହତ୍ୟା ମାମଲାରେ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ କୋର୍ଟ ଚାର୍ଜଫ୍ରେମ୍‌ କରିଛନ୍ତି। ବୁଧବାର ଦିଲ୍ଲୀର ଏକ କୋର୍ଟ ସୁଶୀଲ ଏବଂ ଅନ୍ୟ ୧୭ ଜଣ ଦୋଷୀଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛନ୍ତି। ଫଳରେ ଖୁବ୍‌ଶୀଘ୍ର କୋର୍ଟରେ ଏହି ମାମଲାର ବିଚାର ଆରମ୍ଭ ହେବ।

ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ର ବିଭିନ୍ନ ଧାରା ଅନୁସାରେ ଆଡିଶନାଲ ସେସନ୍ସ କୋର୍ଟ ବିଚାରପତି ଶିବାଜୀ ଆନନ୍ଦ ଅଭିଯୁକ୍ତଙ୍କ ନାମରେ ଚାର୍ଜଫ୍ରେମ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ନାମରେ ହତ୍ୟା, ଦଙ୍ଗା ଓ ଆପରାଧିକ ଷଡଯନ୍ତ୍ରର ଧାରା ଲାଗୁ କରାଯାଇଛି।
ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗର ଧନକରଙ୍କୁ ଏକ ସମ୍ପତ୍ତି ବିବାଦ ମାମଲାକୁ ନେଇ ସୁଶୀଲ ଓ କିଛି ବ୍ୟକ୍ତି ଛତ୍ରସାଲ ଷ୍ଟାଡିୟମରେ ଆକ୍ରମଣ କରିଥିଲେ। ମେ’୪, ୨୦୨୧ରେ ଏହି ଆକ୍ରମଣ ଘଟିଥିଲା। ପରେ ଧନକରଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ମୁଣ୍ଡରେ ଆଘାତ କାରଣରୁ ମୃତ୍ୟୁ ସ୍ପଷ୍ଟ ହୋଇଥିଲା। ମେ’ ୨୩ ତାରିଖରେ ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କୁମାରଙ୍କୁ ପୋଲିସ ଗିରଫ କରିଥିଲା। ପଚରାଉଚରା ପରେ ଜୁନ ୨, ୨୦୨୧ରୁ ସେ ପୋଲିସ ହେପାଜତରେ ରହିଛନ୍ତି।

Share