ଲକ୍ଷ୍ନୌ,୬।୧୨: ଉତ୍ତରପ୍ରଦେଶ ଲଖିମପୁର ଖେରୀର ବହୁଚର୍ଚ୍ଚିତ ତିକୁନିଆ ହିଂସା ମାମଲାରେ ମଙ୍ଗଳବାର କୋର୍ଟରେ ଆଶିଷ ମିଶ୍ରାଙ୍କ ସମେତ ୧୪ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ସମେତ ଅନେକ ଧାରା ଲଗାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋର ୩ରେ ଖେରିରେ ଏକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ୪ଚାଷୀଙ୍କ ସମତେ ୮ଜଣଙ୍କ ମୃତ୍ୟୁ ହୋଇଥିଲା।