ରାମପୁର, ୨୨ା୧୨: ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସ୍ବର୍ଗତ ଅମର ସିଂଙ୍କ ପରିବାର ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ପାଇଁ ରାମପୁର ପୋଲିସ ସମାଜବାଦୀ ପାର୍ଟି ଏମ୍ପି ଆଜମ ଖାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ୨୦୧୮ରେ ଅମର ସିଂ ତାଙ୍କ ନାଁରେ ଗୋମତିନଗର ଥାନାରେ ଏତଲା ଦେଇଥିଲେ। ଅମରଙ୍କ ଭଳି ଲୋକଙ୍କୁ ହଟାଇଲେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ବନ୍ଦ ହୋଇଯିବ ବୋଲି ଆଜମ କହି ସାମ୍ପ୍ରଦାୟିକ ତିକ୍ତତା ବଢ଼ାଉଥିବା ଏତଲାରେ ଦର୍ଶାଯାଇଥିଲା। ଏପରିିକି ଆଜମ ଏକ ସାକ୍ଷାତକାରରେ ଅମର ସିଂଙ୍କ ପରିବାର ଉପରେ ଏସିଡ୍ ଫିଙ୍ଗିବାକୁ ଧମକ ଦେଇଥିଲେ ବୋଲି ପୋଲିସ କହିଛି।