ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ବୁଗୁଡ଼ା,୨୯।୬(ଡି.ଏନ୍‌.ଏ): ଆସନ୍ତା ଜୁଲାଇ ୧ରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରି ପୁର ଛନ୍ଦ କାମ ସରିଥିବା ବେଳେ ଅଁଳା ଶ୍ରୀ, କଳସ ଉଠାଣ, ଶୁଆ ବନ୍ଧା ଓ ବେଦି ଘର କାମ କରିବାକୁ ବାକି ରହିଛି। ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ କାରିଗର କାଳିଆ ମହାରଣାଙ୍କ ନେତୃତ୍ୱରେ ସୁମନ୍ତ ମହାରଣା, ରବି ଘଡେଇ ଓ ପ୍ରଦ୍ୟୁମ୍ନ ନାହକଙ୍କ ଦ୍ବାରା ଚାଲିଥିବା ବେଳେ ଏଥିରେ ଯୁବକ ସଂଘ ସକ୍ରିୟ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥିବା ବେଳେ ଶିଳ୍ପୀ ସ୍ଥିତଧୀ ରଥଙ୍କ ଦ୍ୱାରା ବନକ କାର୍ଯ୍ୟ ଚାଲୁରହିଛି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁ ରଥଯାତ୍ରା ବନ୍ଦ ରହିଥିଲା। ହେଲେ ଚଳିତବର୍ଷ ରଥଯାତ୍ରା ହେଉଥିବାରୁ ଲୋକେ ବେଶ୍‌ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

 

Share