ପୁରୀ ଅଫିସ/ବ୍ରହ୍ମଗିରି,୩୦।୫(ଡି.ଏନ୍.ଏ.): ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠକୁ ସୋମବାର ପୁରୀର ମହାପ୍ରଭୁଙ୍କ ନନ୍ଦିଘୋଷର ପୁରୁଣା ରଥ ଚକ ଆସି ପହଞ୍ଚତ୍ଛି। ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନିରଥରେ ବହନ କରିଥିବା ରଥ ଚକ ପ୍ରତି ଏକ ଆଧ୍ୟାମତ୍ିକ ଚିନ୍ତାଧାରା ସୃଷ୍ଟି ହୋଇଛି। ପରମ ବ୍ରହ୍ମକୁ ବହନ କରୁଥିବାରୁ ଏହି ରଥ ଚକ ପରବ୍ରହ୍ମ ସଦୃଶ୍ୟ ହୋଇଥିବାରୁ ଏହାକୁ ଲୋକେ ବିଭିନ୍ନ ଦେବାଳୟରେ ସ୍ଥାପନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆରଧାନା କରିଥାନ୍ତି। ବ୍ରହ୍ମକ୍ଷେତ୍ର ଭାବେ ବିଦିତ ଅଲାରନାଥଙ୍କ ପୀଠକୁ ସୋମବାର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏକ ଚକକୁ ଅଲାରନାଥଙ୍କ ପୀଠରେ ସ୍ଥାପନା ପାଇଁ ଅଲାରନାଥ ମନ୍ଦିର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ମାଝିଙ୍କ ସହିତ ସେବାୟତ ସୁରେନ୍ଦ୍ର ସୁଆର, ନୀଳମଣି ସୁଆର, ଜିଲା ପରିଷଦ ସଭ୍ୟ କୈଳାସ ପରିଡା, ରମାଶଙ୍କର ପାତ୍ର, କାଶୀନାଥ ନାୟକଙ୍କ ସହିତ ବ୍ରହ୍ମଗିରି ଅଞ୍ଚଳର ଶତାଧିକ ଭକ୍ତ ଓ ଅଲାରପୁର ଗ୍ରାମବାସୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ଏକ ଧାର୍ମିକ ପରିବେଶ ମଧ୍ୟରେ ଝାଞ୍ଜ କୀର୍ତ୍ତିନର ତାଳେତାଳେ ବିରାଟ ଶୋଭାଯାତ୍ରାରେ ଶ୍ରୀଅଲାରନାଥ ମନ୍ଦିରକୁ ଆଣିଥିଲେ। ଏହି ରଥ ଚକକୁ ବିଭିନ୍ନ ସ୍ଥାନରେ ବନ୍ଧାପନା କରିଥିବାର ଦେଖିବାକୁ ମିଳିଥିଲା ା