କରାଚିରେ ଜରୁରୀ ଅବତରଣ କଲା ଭାରତର ଚାର୍ଟର ବିମାନ

ଇସଲାମାବାଦ,୧୬ ।୮: ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତରୁ ୧୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ସୋମବାର ପାକିସ୍ତାନର କରାଚି ସହରରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଜିଓ ନ୍ୟୁଜ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିବା ଏହି ବିମାନଟି ଦିନ ପ୍ରାୟ ୧୨ଟା ୧୦ରେ କରାଚିରେ ଅବତରଣ କରିଥିଲା । ତେବେ ଅବତରଣର କିଛି ସମୟ ମଧ୍ୟରେ ସମସ୍ତ ୧୨ ଯାତ୍ରୀଙ୍କୁ ନେଇ ବିମାନଟି ପୁଣି ଉଡାଣ ଆରମ୍ଭ କରିଥିଲା । ହେଲେ କେଉଁ କାରଣ ପାଇଁ ବିମାନଟି କରାଚିରେ ଅବତରଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share