ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ

ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ନିକଟରେ ରାଜୀବ ଚାରୁଙ୍କ ଚରିତ୍ରକୁ ନେଇ କହିଥିଲେ। ଏବେ ପାଲଟା ଆକ୍ରମଣ କରିଛନ୍ତି ଚାରୁ। ସେ ବିବାହକୁ ସଫଳ କରିବାକୁ ଯାଇ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ତାହା ସଫଳ ହୋଇପାରିନାହିଁ।

ଏକ ନୂଆ ସାକ୍ଷାତକାରରେ ଚାରୁ ରାଜୀବ କରିଥିବା ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି। କର୍ମ ଜୀବନରେ ଆଗକୁ ବଢ଼ନ୍ତୁ ବୋଲି ରାଜୀବ ଚାହୁଁ ନ ଥିଲେ। ସେ ଟେଲିଭିଜନ ଧାରାବାହିକ କରୁଥିବା ବେଳେ ସହକଳାକାରମାନଙ୍କୁ ମେସେଜ ପଠାଇ ଚାରୁଙ୍କ ସହ କାମ କରିବାକୁ ମନା କରିଥିଲେ। ଏଥିଲାଗି ଚାରୁଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା। ଯେତେବେଳେ ସେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ସେତେବେଳେ ରାଜୀବ ତାଙ୍କୁ ଦାୟିତ୍ୱହୀନ ମା’ ବୋଲି ଆଖ୍ୟା ଦେଇଥିଲେ। ହେଲେ ସେ ନିଜେ ଝିଅ ସହ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରୁଥିଲେ।

ପରେ କଥା ମାର୍‌ପିଟ ଯାଏ ପହଞ୍ଚିବା ପରେ ଚାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ ସବୁବେଳେ କ୍ଷମା ମାଗୁଥିବାରୁ ଚାରୁ କ୍ଷମା କରିଦେଉଥିଲେ। ପରିବାର ତରଫରୁ ଦ୍ୱିତୀୟ ବିବାହ ଚଳାଇବା ଲାଗି ଚାପ ଥିଲା। ଏଥିଲାଗି ସେ ବହୁତ ସହିଥିଲେ। କାମ ଛାଡ଼ି ଘରେ ରୋଷେଇ କରିଥିଲେ। ଏମିତି ସମୟ ଆସିଥିଲା ଯେ ତାଙ୍କୁ ଘରୁ ବାହାରିବାକୁ ଡର ଲାଗୁଥିଲା। ରାଜୀବ ରାଗିବେ ବୋଲି ଭାବି ସେ କାହା ସହ କଥା ବି ହେଉ ନ ଥିଲେ। ମାତ୍ର ଏବେ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ଆଉ ତାଙ୍କ ଅଲଗା ହେବାର ନିଷ୍ପତ୍ତି ବଦଳିବ ନାହିଁ ବୋଲି ଚାରୁ କହିଛନ୍ତି।

Share