ଅଲଗା ହେବେ ସୁସ୍ମିତାଙ୍କ ଭାଇଭାଉଜ!

ବମ୍ବେ: ଅଲଗା ହେବେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ଭାଉଜ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ରେ ହେବାରେ ଲାଗିଛି। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସୁସ୍ମିତାଙ୍କ ଭାଇ ରାଜୀବ ପ୍ରେମିକା ଚାରୁ ଅସୋପାଙ୍କୁ ୨୦୧୯ରେ ବିବାହ କରିଥିଲେ। ହେଲେ ଏବେ ତାଙ୍କ ଭିତରେ ମନୋମାଳିନ୍ୟ ଦେଖାଯାଇଛି। ଫଳରେ ଚାରୁ ରାଜୀବଙ୍କଠାରୁ ଅଲଗା ହୋଇଯିବାକୁ ଚାହୁଁଥିବା କୁହାଯାଉଛି। ଏପରିକି ଦୁହେଁ କୋର୍ଟର ଆଶ୍ରୟ ମଧ୍ୟ ନେଇଛନ୍ତି।

ବାହାଘରର କିଛି ଦିନ ପରେ ଉଭୟଙ୍କ ସମ୍ପର୍କରେ ଖଟାପଣ ଆସିଥିଲା। ମାତ୍ର ପରେ ଦୁହେଁ ଏହାକୁ ସଜାଡ଼ି ନେଇଥିଲେ। ୭ ମାସ ପୂର୍ବେ ଉଭୟ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ରାଜୀବ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ବିତାଉଥିବାର ଫଟୋ ମଧ୍ୟ ପୋଷ୍ଟ କରି ଆସୁଛନ୍ତି। ଏହାଭିତରେ ଚାରୁ ତାଙ୍କ ଆକାଉଣ୍ଟରେ ଥିବା ରାଜୀବଙ୍କ ସମସ୍ତ ଫଟୋକୁ ଡିଲିଟ୍‌ କରିଛନ୍ତି। ଏହାଛଡ଼ା ସେ ୟୁଟ୍ୟୁବରେ ଶେୟାର କରିଥିବା ଏକ ଭିଡିଓରେ ରାଜୀବଙ୍କୁ ପରୋକ୍ଷରେ ଇଙ୍ଗୀତ କରି ଅନେକ କିଛି କହୁଥିବା ଦେଖାଯାଇଛି। ଫଳରେ କଥାଟି ଅନେକ ମାତ୍ରାରେ ସତ ବୋଲି ଅନୁମାନ କରାଯାଉଛି।

Share