ଝିଅ ପାଇଁ ପୁଣି ଏକାଠି ହେଲେ ଚାରୁ-ରାଜୀବ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ହେଲେ ଗୋଟିଏ ସୁତା ତାଙ୍କ ଦୁହିଁଙ୍କୁ ବାନ୍ଧି ରଖିଛି। ସେ ହେଲେ ଝିଅ ଜିଆନା। ନିକଟରେ ଚାରୁ ଜିଆନାଙ୍କୁ ନେଇ ରାଜୀବଙ୍କ ସହ ଗୋଟିଏ ଦିନ ବିତାଇଛନ୍ତି।

ଚାରୁ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ବ୍ଲଗ ଶେୟାର କରିଛନ୍ତି। ରାଜୀବ ଜିଆନାଙ୍କୁ ଭେଟିବାକୁ ଚାହୁଁଥିଲେ। ଏଥିପାଇଁ ଚାରୁ ଝିଅଙ୍କୁ ନେଇ ରାଜୀବଙ୍କ ଘରକୁ ଆସିଥିବା ବ୍ଲଗରେ କହିଛନ୍ତି। ଭିଡିଓରେ ଜିଆନା ବାପାଙ୍କ ସହ ସମୟ ବିତାଇ ଖୁସି ଥିବା ଦେଖାଯାଉଛି।

ଚାରୁଙ୍କ ବ୍ଲଗ ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଅଲଗା ନ ହେବାକୁ ପରାମର୍ଶ ଦେଉଛନ୍ତି। ଉଭୟ ପରସ୍ପର ସହ ବହୁତ ଭଲ ଲାଗନ୍ତି। ଏଣୁ ପୁନର୍ବାର ଅଲଗା ହେବାର ନିଷ୍ପତ୍ତି ଉପରେ ବିଚାର କରନ୍ତୁ ବୋଲି ଅନେକ କହୁଛନ୍ତି।

କହିରଖୁଛୁ, ଚାରୁ-ରାଜୀବ ଟେଲିଭିଜନଜଗତର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଜଣେ। ଦୁହେଁ ସାର୍ବଜନିକ ଭାବେ ବୈବାହିକ ଜୀବନର କଳିଝଗଡ଼ାକୁ ସାମ୍ନାକୁ ଆଣିଥିଲେ। ଏପରିକି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ, ଯେଉଁଥିପାଇଁ ସେମାନଙ୍କ ସମ୍ପର୍କ ଆହୁରି ଖରାପ ହୋଇଯାଇଥିବା ଚର୍ଚ୍ଚା ହେଉଛି।

Share