ବିବାହର ୪ ବର୍ଷ ପୂରଣ ହେବା ପୂର୍ବରୁ ଅଲଗା ହେଲେ ରାଜୀବ-ଚାରୁ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ବିବାଦ ଲାଗି ରହିଥିଲା ଏବଂ ଗତ ବର୍ଷ ଏହି ଦମ୍ପତି ଆଇନଗତ ଅଲଗା ପାଇଁ ଆବେଦନ କରିଥିଲେ। ଅନ୍ୟପକ୍ଷରେ ରାଜୀବ ଏବଂ ଚାରୁ ଆଜି ଆନୁଷ୍ଠାନିକ ଭାବେ ଛାଡପତ୍ର ହୋଇଛନ୍ତି। ପ୍ରକୃତରେ, ଜୁନ ୮ ରେ ଅର୍ଥାତ୍‌ ଆଜି ସେମାନଙ୍କ ଛାଡପତ୍ର ସମ୍ପର୍କରେ ଅନ୍ତିମ ଶୁଣାଣି କୋର୍ଟରେ ହୋଇଥିଲା ଏବଂ ଏହା ସହିତ କୋର୍ଟ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରିଥିଲେ।

ରିପୋର୍ଟ ଅନୁଯାୟୀ ରାଜୀବ ସେନ କହିଛନ୍ତି ଯେ ଆମେ ଛାଡପତ୍ର ପାଇଛୁ। ଛାଡପତ୍ର ପରେ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଇନଷ୍ଟାଗ୍ରାମ ଷ୍ଟୋରିରେ ଚାରୁଙ୍କ ସହ ଏକ ଚିତ୍ର ଶେୟାର କରିଛନ୍ତି। ଏହା ସହିତ ଏକ ନୋଟ ମଧ୍ୟ ଲେଖାଯାଇଛି ଯେ ସେମାନେ ଶେଷରେ ଅଲଗା ହୋଇଯାଇଛନ୍ତ। ରାଜୀବ ତାଙ୍କ ନୋଟରେ ଲେଖିଛନ୍ତି, ବିଦାୟ ନାହିଁ। ପ୍ରେମ ସବୁବେଳେ ରହିବ। ଆମେ ସବୁବେଳେ ଆମ ଝିଅର ମା’ବାପା ହୋଇ ରହିବୁ ।

କହିରଖୁଛୁ, ବିବାହର ୪ ବର୍ଷ ପୂରଣ ହେବାର ଏକ ସପ୍ତାହ ପୂର୍ବରୁ ଦୁହିଁଙ୍କର ଛାଡପତ୍ର ହୋଇଛି। ଚାରୁ ଏବଂ ରାଜୀବ ୧୬ ଜୁନ, ୨୦୧୯ରେ ଗୋଆରେ ବିବାହ କରିଥିଲେ। ଦମ୍ପତିଙ୍କ ପ୍ରଥମ ବାର୍ଷିକୀ ପୂର୍ବରୁ ସେମାନଙ୍କ ବିବାହରେ ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ସେ ପ୍ରଥମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିନଥିଲେ।

Share